ହଲିଉଡରେ ପାଦଦେବେ ଆଲିଆ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ଖୁବଶୀଘ୍ର ହଲିଉଡ ଫିଲ୍ମରେ ନଜର ଆସିବେ । ଏବେ ଆଲିଆ ଭଟ୍ଟ ହଲିଉଡରେ ପାଦ ଦେବାକୁ ପ୍ରସ୍ତୁତ ଅଛନ୍ତି । ଆଲିଆଙ୍କୁ ହଲିଉଡ ଟ୍ୟାଲେଣ୍ଟ ଏଜେନ୍ସି ଏକ ସାଇନ୍‌ କରାଇଛି । ଆଲିଆ ୨୦୨୨ରେ ତାଙ୍କର ପ୍ରଥମ ହଲିଉଡ ପ୍ରୋଜେକ୍ଟ ଘୋଷଣା କରିବେ ବୋଲି ଜଣାପଡିଛି । ଏକ ସୂତ୍ରରୁ ଜଣାପଡିଛି ଯେ ଆଲିଆ ଭଟ୍ଟ ହଲିଉଡ ଅଭିନେତ୍ରୀ ଜେନିଫର ଲରେନ୍ସଙ୍କର ଜଣେ ବଡ଼ ପ୍ରଶଂସକ ଏବଂ ତାଙ୍କ ଶୈଳୀରେ ସେ ଫିଲ୍ମ କରିବାକୁ ଚାହୁଁଥିବା ଜଣାପଡିଛି ।