ଜର୍ଜିୟାଙ୍କ ସହ ମାଳଦ୍ୱୀପରେ ଛୁଟି କାଟୁଛନ୍ତି ଅରବାଜ

ମୁମ୍ବାଇ: ବଲିଉଡ ଅଭିନେତା ଅରବାଜ ଖାନ ତାଙ୍କ ପ୍ରେମିକା ଜର୍ଜିୟା ଆଣ୍ଡ୍ରିଆନିଙ୍କ ସହ ମାଳଦ୍ୱୀପରେ ଛୁଟି କଟାଉଥିବା ଫଟୋ ସେୟାର କରିଛନ୍ତି । ଅରବାଜ ତାଙ୍କ ଇନଷ୍ଟାରେ କେତେଗୁଡିଏ ଫଟୋ ସେୟାର କରିବା ସହ କ୍ୟାପସନରେ ଲେଖିଛନ୍ତି, ଅମାୟା କୁଡା ରାହରେ ଆମର ରହଣି ଉପଭୋଗଟ୍ଟ ଚମତ୍କାର ଆତିଥ୍ୟ ପାଇଁ ଧନ୍ୟବାଦ । ଫଟୋଗୁଡ଼ିକରେ ଏହି ଦମ୍ପତି ନୀଳ ଜଳ ସାମ୍ନାରେ ପୋଜ୍‌ ଦେଇଥିବା ଦେଖିବାକୁ ମିଳିଛି ।