ବ୍ଲକସ୍ତରୀୟ ବିଶ୍ୱ ଶୌଚାଳୟ ଦିବସ ପାଳିତ

କେନ୍ଦୁଝର(ସାକ୍‌ସୀ ନ୍ୟୁଜ୍‌): ପାଟଣା ବ୍ଲକ ଅନ୍ତର୍ଗତ କେନ୍ଦେଇପଶି ପଞ୍ଚାୟତରେ ପାଟଣା ବ୍ଲକସ୍ତରୀୟ ବିଶ୍ୱ ଶୌଚାଳୟ ଦିବସ-୨୦୨୬ ପାଳିତ ହୋଇଯାଇଛି। ଏହି ଅବସରରେ ସ୍ୱଚ୍ଛତା, ପରିମଳ ଓ ଶୌଚାଳୟର ଉପଯୋଗିତା ସମ୍ପର୍କରେ ଲୋକଙ୍କୁ ସଚେତନ କରାଯାଇଥିଲା। କାର୍ଯ୍ୟକ୍ରମରେ ବିଆରସି ମହମ୍ମଦ ଜମାଲୁଦ୍ଦିନ ଖାଁ, ଓଏଲଏମ୍‌ ସୁସ୍ମିତା ସାହୁ ଏବଂ ପ୍ରଦାନ ଏନ୍‌ଜିଓର ସ୍ମୃତିରେଖା କର ଯୋଗଦେଇଥିଲେ। ଏଥିସହ ପଞ୍ଚାୟତର ଏମ୍‌ବିକେ, ସିଆରପି, ପିଆରଆଇ ଓ ଇସି ସଦସ୍ୟମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଚଳିତ ବର୍ଷର ବାର୍ତ୍ତା “ସ୍ୱଚ୍ଛ ଶୌଚାଳୟ, ଗରିମାମୟ ଭବିଷ୍ୟତ” ରଖାଯାଇଛି। ନଭେମ୍ବର ୧୯ରୁ ଡିସେମ୍ବର ୧୦ ପର୍ଯ୍ୟନ୍ତ ସ୍ୱଚ୍ଛତା ସଚେତନତା ଅଭିଯାନ ଉପରେ ଗୁରୁତ୍ୱ ଦିଆଯାଇଛି। ଖାଇବା ପୂର୍ବରୁ ଓ ଶୌଚ ପରେ ସର୍ବଦା ହାତ ଧୋଇବା, ଶୌଚାଳୟର ସଠିକ୍ ବ୍ୟବହାର କରିବା ଏବଂ ନିଜ ପରିବେଶକୁ ସଫାସୁତରା ରଖିବା ପାଇଁ ସମସ୍ତଙ୍କୁ ଆହ୍ୱାନ ଦିଆଯାଇଥିଲା। ସ୍ୱଚ୍ଛ ଗ୍ରାମ, ସୁସ୍ଥ ଗ୍ରାମ ଓ ସୁନ୍ଦର ଗ୍ରାମ ଗଠନ ହିଁ ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ।