ମୁମ୍ବାଇ : ବଲିଉଡ ଅଭିନେତା ଅଜୟ ଦେବଗନ୍ ଏବଂ ରୋହିତ ଶେଟ୍ଟୀଙ୍କ ଯୋଡି ପୁଣି ଥରେ ଏକାଠି କାମ କରିବାକୁ ଯାଉଛନ୍ତି । ଅଜୟ ଏବଂ ରୋହିତ ବର୍ତ୍ତମାନ ସିଙ୍ଘମର ପାର୍ଟ-୩ କାମ ଆରମ୍ଭ ହୋଇଯାଇଛି । ଏନେଇ ରୋହିତ କହିଛନ୍ତି ଯେ ସେ ଖୁବଶୀଘ୍ର ସିଙ୍ଘମ ପାଇଁ ସୁଟିଂ ଆରମ୍ଭ କରିବେ । ଅଜୟ ଦେବଗନ ଏହି ଚଳଚ୍ଚ଼ିତ୍ରର ମୁଖ୍ୟ ଅଭିନେତା ହେବେ । କୁହାଯାଉଛି କି ଏଥର ଦମଦାର ଆକ୍ସନ ମଧ୍ୟ ଦେଖିବାକୁ ମିଳିବ ।