ରୂପେଲି ପରଦାକୁ ଆସିବେ ଆର୍ଯ୍ୟନ୍‌ ଖାନ୍‌

ଇନଷ୍ଟାଗ୍ରାମରେ ଏକ ଝଲକ ସେୟାର କରି ସେ କହିଛନ୍ତି…..

ମୁମ୍ବାଇ: ଲୋକପ୍ରିୟ ବଲିଉଡ୍‌ ଅଭିନେତା ଶାହରୁଖ ଖାନଙ୍କ ସୁପୁତ୍ର ଆର୍ଯ୍ୟନ୍‌ ଖାନ୍‌ ଏବେ ରୂପେଲି ପରଦାକୁ ଆସିବା ପାଇଁ ନିଜକୁ ତୟାର କରି ସାରିଛନ୍ତି । ଇନଷ୍ଟାଗ୍ରାମରେ ଏକ ଝଲକ ସେୟାର କରି ସେ କହିଛନ୍ତି ଯେ ସେ ଗୋଟିଏ କାହାଣୀ ଲେଖି ସାରିଛନ୍ତି । ଏବେ ତାକୁ ଚଳଚ୍ଚିତ୍ର ରୂପ ଦେବାର ସମୟ ଉପନୀତ ।

ଏ ପର୍ଯ୍ୟନ୍ତ ଶାହରୁଖ ଖାନ୍‌ ଲାଇଟ୍ସ, କ୍ୟାମେରା, ଆକ୍ସନ୍‌ ଶୁଣି ଆସିଛନ୍ତି । ମାତ୍ର ତାଙ୍କ ପୁଅ ଲାଇଟ୍ସ, କ୍ୟାମେରା ଓ ଆକ୍ସନ୍‌ କହିବାର ଅଭ୍ୟାସ କରୁଛନ୍ତି । ଆର୍ଯ୍ୟନ୍‌ ଏ ଯାଏ ଅଭିନୟ କରିବେ କି ନିର୍ଦ୍ଦେଶନା ଦେବେ, ସେ ସଂପର୍କରେ ସ୍ପଷ୍ଟ ସୂଚନା ପ୍ରଦାନ କରିନାହାନ୍ତି । ତେବେ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ ତାଙ୍କ ଲିଖିତ କାହାଣୀକୁ ଚଳଚ୍ଚିତ୍ର ରୂପେ ଦେବ ତାଙ୍କରି ପ୍ରଯୋଜନା ସଂସ୍ଥା ‘ରେଡ୍‌ ଚିଲି’ ।