ପଦ୍ମପୁର ଉପନିର୍ବାଚନ ଫଳାଫଳ: ସରିଲା ପ୍ରଥମ ରାଉଣ୍ଡ ଗଣତି ପ୍ରକ୍ରିୟା

ଭୁବନେଶ୍ୱର: ସାରା ରାଜ୍ୟବାସୀଙ୍କ ନଜର ଏବେ ପଦ୍ମପୁର ଉପନିର୍ବାଚନର ଫଳାଫଳ ଉପରେ । ନିକଟରେ ଶେଷ ହୋଇଥିବା ଧାମନଗର ଉପନିର୍ବାଚନରେ ଶାସକ ବିଜେଡିକୁ ବିରୋଧୀ ବିଜେପି ମାତ୍ ଦେଇଥିବାରୁ ପଦ୍ମପୁରର ଗୁରୁତ୍ୱ ବଢ଼ିଯାଇଛି । ବିଜେଡି ପ୍ରାର୍ଥୀ ବର୍ଷା ବରିହା ସିଂ, ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ଓ କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ ଆଜି ।

ତେବେ ଆଜି ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଛି । ମୋଟ ୨୩ଟି ରାଉଣ୍ଡରେ ଭୋଟ କାଉଣ୍ଟିଂ ସରିବା ପରେ ଫଳାଫଳ ସାମ୍ନାକୁ ଆସିବ । ବିଜେଡି ପ୍ରାର୍ଥୀ ବର୍ଷାଙ୍କୁ ୫୫୦୧ଟି ଭୋଟ ମିଳିଛି । ସେହିପରି ବିଜେପି ପ୍ରାର୍ଥୀ ପ୍ରଦୀପଙ୍କୁ ୩୭୮୯ ଓ କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣଙ୍କୁ ୨୦୬ଟି ଭୋଟ ମିଳିଛି । ଆଜି ସକାଳର ପ୍ରଥମ ରାଉଣ୍ଡ ଗଣତି ଅନୁଯାୟୀ ବିଜେଡି ଆଗରେ ରହିଛି । ଆଗକୁ କିଏ ଲିଡିଂ ନେବ ତା’ ଉପରେ ଜନତାଙ୍କ ନଜର ରହିବ