ଶ୍ରୀ ବିଦ୍ୟା ବାଟିକାରେ ଉତ୍ସାହର ସହିତ ଶିଶୁ ଦିବସ ପାଳିତ

କେନ୍ଦୁଝର/ପାଟଣା(ସାକ୍‌ସୀ ନ୍ୟୁଜ୍‌): ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜୱାହରଲାଲ ନେହେରୁଙ୍କ ଜନ୍ମଜୟନ୍ତୀ ଅବସରରେ ପାଟଣା ବ୍ଲକ ଅନ୍ତର୍ଗତ ତୁରୁମୁଙ୍ଗା ପଞ୍ଚାୟତର ଶ୍ରୀ ବିଦ୍ୟା ବାଟିକାରେ ଶିଶୁ ଦିବସ ଅତ୍ୟନ୍ତ ଉତ୍ସାହ ଏବଂ ଆନନ୍ଦର ସହିତ ପାଳିତ ହୋଇଯାଇଛି। ପଣ୍ଡିତ ଜୱାହରଲାଲ ନେହେରୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟାର୍ପଣ ଏବଂ ପ୍ରଦୀପ ପ୍ରଜ୍ଜ୍ୱଳନ ସହିତ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏହାପରେ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କ ଦ୍ୱାରା ଛୋଟ ଛୋଟ ପିଲାମାନଙ୍କ ଉପସ୍ଥିତିରେ ଏକ ସ୍ୱତନ୍ତ୍ର “ହ୍ୟାପି ଚିଲ୍ଡ୍ରେନ୍ସ ଡେ” ବ୍ୟାନର ଉନ୍ମୋଚନ କରାଯାଇଥିଲା ।

ଉପସ୍ଥିତ ଶିକ୍ଷକମାନେ ଏହି ଦିନର ମହତ୍ତ୍ୱ ଉପରେ ଆଲୋକପାତ କରିବା ସହିତ ପିଲାମାନଙ୍କୁ ବଡ଼ ସ୍ୱପ୍ନ ଦେଖିବାକୁ ଏବଂ ଆଗ୍ରହର ସହିତ ପାଠପଢ଼ା ଜାରି ରଖିବାକୁ ପ୍ରେରଣା ଦେଇଥିଲେ। ପ୍ରଧାନଶୀକ୍ଷକ ଅନିଲ ଚାୱଡାଙ୍କ ମାର୍ଗଦର୍ଶନରେ ଏହି ଉତ୍ସବ ଆୟୋଜିତ ହୋଇଥିଲା। ଶିକ୍ଷାଦାନ ଏବଂ ପରିଚାଳନାରେ ସହଯୋଗ କରିଥିବା କର୍ମଚାରୀ ରଜନନ୍ଦନୀ ଜେନା, ପ୍ରୀତି ନାଏକ, ବିଣାପାଣି ପାତ୍ର, ନବାମୀ ପାତ୍ର, ହେମଲତା ମହାନ୍ତ, ସୁନିତା ମହାନ୍ତ, ପୁଷ୍ପାଞ୍ଜଳି ବାନରା, ଏବଂ ପ୍ରିୟମ୍ବଦା ମହାନ୍ତ କାର୍ଯ୍ୟକ୍ରମକୁ ସଫଳ କରିବାରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ ।