ବାହା ହେଲେ ଅଷ୍ଟ୍ରେଲିୟ ସ୍ପିନର ନାଥନ ଲାୟନ

ଅଷ୍ଟ୍ରେଲିଆର ଅପ ସ୍ପିନର ନାଥନ ଲାୟନ ନିଜର ପ୍ରେମିକାଙ୍କୁ….

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ଅପ ସ୍ପିନର ନାଥନ ଲାୟନ ନିଜର ପ୍ରେମିକାଙ୍କୁ ବିବାହ କରିଛନ୍ତି । ରବିବାର ଲାୟନ ଓ ଇମ୍ମା ମ୍ୟାକାର୍ଥୀଙ୍କ ବିବାହ ଶେଷ ହୋଇଛି । ଉଭୟ ଦୀର୍ଘ ବର୍ଷ ହେଲାଣି ପରସ୍ପରକୁ ଭଲ ପାଉଥିଲେ । ବାହାଘର ପରେ ଲାୟନ ମ୍ୟାକାର୍ଥୀଙ୍କ ସହ ଉଠାଇଥିବା ଫଟୋକୁ ଶେୟାର କରିଛନ୍ତି । ଏହି ଫଟୋ ଭାଇରାଲ ହେବା ସହ ଲାୟନଙ୍କୁ ସମସ୍ତେ ଶୁଭେଚ୍ଛା ଜଣାଇଛନ୍ତି । ନିକଟରେ ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କା ମଧ୍ୟରେ ଖେଳା ଯାଇଥିବା ଟେଷ୍ଟ ସିରିଜରେ ଲାୟନ ନଜର ଆସିଥିଲେ । ଶ୍ରୀଲଙ୍କାରୁ ଫେରିବା ପରେ ସେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।