ବଲିଉଡ ଅଭିନେତା ବିଦ୍ୟୁତ ହଲିଉଡରେ

ମୁମ୍ବାଇ: ବଲିଉଡ ଅଭିନେତା ବିଦ୍ୟୁତ ଜାମୱାଲ ଫିଲ୍ମରେ ନିଜର ଦମଦାର ଆକ୍ସନ୍‌ ପାଇଁ ବେଶ ଜଣାଶୁଣା । ବର୍ତ୍ତମାନ ସେ ଖୁବଶୀଘ୍ର ସେ ହଲିଉଡରେ ପ୍ରବେଶ କରିବାକୁ ଯାଉଛନ୍ତି । ସେ ୱାଣ୍ଡର ଷ୍ଟ୍ରିଟ୍‌ ପାର୍ଟନର୍ସ ଖ୍ରୀଷ୍ଟାଇନ୍‌ ହୋଲ୍ଡର ଏବଂ ମାର୍କ ହୋଲ୍ଡରଙ୍କ ସହିତ କାମ କରିବେ । ବିଦ୍ୟୁତ ଜାମୱାଲ୍‌ କହିଛନ୍ତି, ହଲିଉଡର କେତେକ ପରିଶ୍ରମୀ କଳାକାରଙ୍କ ସହ ଜଡିତ ହୋଇ ମୁଁ ଅତ୍ୟନ୍ତ ଆନନ୍ଦିତ । ସେ ଖୁବ୍‌ଶୀଘ୍ର ‘ସନକ୍‌’ ଏବଂ ‘ଖୁଦା ହାଫିଜ୍‌ ଚାପ୍ଟର ୨’ରେ ନଜର ଆସିବେ ।