ବିଏମସି ସିଲ୍‌ କରିଛି ୟୁନିଟ-୧ ହାଟକୁ

ଭୁବନେଶ୍ୱର,(ଏସ୍ ନ୍ୟୁଜ): ହାଟ ଭିତରେ କୌଣସି ବି ଦୋକାନ ଖୋଲିବ ନାହିଁ । ବିଏମସି ସିଲ୍‌ କରିଛି ରାଜଧାନୀ ଭୁବନେଶ୍ୱରର ୟୁନିଟ-୧ ହାଟକୁ । ଜୁଲାଇ ୧ ତାରିଖ ଯାଏ ୧ ନମ୍ବର ହାଟରେ ସମସ୍ତ ହୋଲସେଲ୍‌ ଓ ଖୁଚୁରା ବନ୍ଦ ରହିବ ଏନେଇ ବିଏମସି ପକ୍ଷରୁ ସୂଚନା ଦିଆଯାଇଛି । ଏହି ନିର୍ଦ୍ଦେଶକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ବିଏମସି ନିର୍ଦ୍ଦେଶ ଦେଇଛି । କୋଭିଡ ନିୟମ ଉଲ୍ଲଂଘନ ନେଇ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବିଏମସି । କୋଭିଡ ସଂକ୍ରମଣ ବଢିବା ଆଶଙ୍କାରେ ବିଏମସି ପକ୍ଷରୁ ଏହି ନିର୍ଦ୍ଦେଶ ଦିଆଯାଇଛି ।