ୟୁପି ମୁଖ୍ୟମନ୍ତ୍ରୀଙ୍କୁ ବଲିଉଡ ଅଭିନେତାଙ୍କ ପ୍ରଶଂସା
ବଲିଉଡର ଅଭିନେତା ଗୋବିନ୍ଦା ଉତ୍ତର ପ୍ରଦେଶର ବାରବାଙ୍କୀ ଗସ୍ତ କରି ଏକ ଘରୋଇ ପ୍ଲାଷ୍ଟିକ୍…
ନୂଆଦିଲ୍ଲୀ : ବଲିଉଡର ଅଭିନେତା ଗୋବିନ୍ଦା ଉତ୍ତର ପ୍ରଦେଶର ବାରବାଙ୍କୀ ଗସ୍ତ କରି ଏକ ଘରୋଇ ପ୍ଲାଷ୍ଟିକ୍ କାରଖାନାର ଉଦଘାଟନ କରିଥିଲେ । ଏହି ସମୟରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କୁ ପ୍ରଶଂସା କରିଥିଲେ । ଏହି ଅବସରରେ ଗୋବିନ୍ଦା କହିଥିଲେ ଯେ ଯୋଗୀ ଆଦିତ୍ୟନାଥଙ୍କ ପାଇଁ ଆଜି ଉତ୍ତର ପ୍ରଦେଶର ପ୍ରତ୍ୟେକ କ୍ଷେତ୍ରରେ ବିକାଶ ହୋଇପାରିଛି ।
ମୁଖ୍ୟମନ୍ତ୍ରୀ ଯୋଗୀଙ୍କ କାର୍ଯ୍ୟକଳାପରେ ଖୁସିଥିବା ଅଭିନେତା ଗୋବିନ୍ଦା ଏକଦା କଂଗ୍ରେସରୁ ସାଂସଦ ଥିଲେ । ଏବେ କିନ୍ତୁ ସେ ସକ୍ରିୟ ରାଜନୀତି ଠାରୁ ଦୂରରେ ଅଛନ୍ତି । ଗୋବିନ୍ଦା ଆହୁରି କହିଛନ୍ତି ଯେ ସମସ୍ତ କ୍ଷେତ୍ରରେ ଉତ୍ତର ପ୍ରଦେଶ ସରକାର ବହୁତ ଆଗକୁ ଯାଇସାରିଛି । ସେହିପରି ଗୋବିନ୍ଦା ୟୁପିରେ ଫିଲ୍ମ ସିଟିକୁ ନେଇ ଯୋଗୀଙ୍କୁ ବହୁତ ପ୍ରଶଂସା କରିଛନ୍ତି । ଯୋଗୀ ସରକାର ବିଶେଷ କରି ଫିଲ୍ମ ଶିଳ୍ପ ପାଇଁ ବହୁତ ଭଲ କାମ କରୁଥିବା ଗୋବିନ୍ଦା କହିଛନ୍ତି ।