ମାନଙ୍କୁ ଭେଟିବେ ସିଦ୍ଧୁ

ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାଗୱନ୍ତ ମାନଙ୍କୁ ଭେଟିବେ ପ୍ରଦେଶ କଂଗ୍ରେସର ପୂର୍ବତନ ମୁଖ୍ୟ…..

ଚଣ୍ଡିଗଡ : ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାଗୱନ୍ତ ମାନଙ୍କୁ ଭେଟିବେ ପ୍ରଦେଶ କଂଗ୍ରେସର ପୂର୍ବତନ ମୁଖ୍ୟ ନବଜ୍ୟୋତ ସିଂ ସିଦ୍ଧୁ । ସୂଚନାଯୋଗ୍ୟ ଯେ, ଏକ ସାକ୍ଷାତକାରରେ ସେ ନିଜେ ଏହି ସୂଚନା ଦେଇଛନ୍ତି । ତେବେ ରାଜ୍ୟର ଅର୍ଥନୀତିର ସୁଧାର ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ବୋଲି ସିଦ୍ଧୁ ସ୍ପଷ୍ଟ କରିଥିବା ସତ୍ତେ୍ୱ ମଧ୍ୟ ପଞ୍ଜାବ ରାଜନୀତିରେ ଏହି ଭେଟଘାଟକୁ ନେଇ ପୁଣି ଉଷ୍ମତା ବଢିଛି । ସୂଚନାଯୋଗ୍ୟ ଯେ, ଚଳିତ ବିଧାନସଭା ନିର୍ବାଚନରେ ସିଦ୍ଧୁଙ୍କ ସଭାପତିତ୍ୱରେ ଦଳ ନିର୍ବାଚନ ଲଢୁଥିବା ବେଳେ କ୍ଷମାତାଚ୍ୟୁତ ହେବା ସହ ପଞ୍ଜାବ କଂଗ୍ରେସ ମୁଖ୍ୟ ପଦରୁ ସିଦ୍ଧୁଙ୍କୁ ଇସ୍ତଫା ଦେବା ପାଇଁ କହିଥିଲେ ପାର୍ଟି ହାଇକମାଣ୍ଡ ସୋନିଆ ଗାନ୍ଧୀ । ସେହିପରି ସିଦ୍ଧୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ନିଷ୍ପତ୍ତି ପରେ ପୁଣି ବିଭିନ୍ନ ଚର୍ଚ୍ଚା ପ୍ରକାଶ ପାଇବା ଆରମ୍ଭ କରିଛି ।