ଏନକାଉଣ୍ଟରରେ ଆତଙ୍କୀ ସଫା

ଜାମ୍ମୁ-କଶ୍ମୀରରେ ସୁରକ୍ଷାବାହିନୀଙ୍କ ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ…..

ଶ୍ରୀନଗର : ଜାମ୍ମୁ-କଶ୍ମୀରରେ ସୁରକ୍ଷାବାହିନୀଙ୍କ ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି । ନିହତ ହୋଇଥିବା ଆତଙ୍କବାଦୀମାନେ ‘ଲଶ୍କର-ଏ-ତଇବା’ର ସଦସ୍ୟ । ସୂଚନାଯୋଗ୍ୟ ଯେ, ସୁରକ୍ଷାବାହିନୀର ଯବାନମାନଙ୍କୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା ଯେ, କିଛି ଆତଙ୍କବାଦୀମାନେ ଚଳପ୍ରଚଳ କରୁଛନ୍ତି । ଏହି ସୂଚନା ପାଇ ସେନାର ଏକ ଟିମ ସ୍ଥାନୀୟ ପୋଲିସ ସହିତ ଅପରେଶନ ଆରମ୍ଭ କରିଥିଲା । ଏଠାରେ ଏକ ଘର ଭିତରେ ଆତଙ୍କବାଦୀମାନେ ଲୁଚି ଥିବା ସନ୍ଦେହ ହୋଇଥିଲା । ସୁରକ୍ଷାବାହିନୀର ଯବାନମାନେ ଯେତେବେଳେ ଚାରିଆଡୁ ଘେରିଲେ, ଆତଙ୍କବାଦୀମାନେ ଅନ୍ୟତ୍ର ଖସିଯାଇପାରି ନଥିଲେ । ସେହିପରି ଆତଙ୍କବାଦୀମାନେ ସୁରକ୍ଷାବାହିନୀର ଯବାନମାନଙ୍କ ଉପରକୁ ହାତ ବୋମା ଫିଙ୍ଗିଥିଲେ । ଏଥରେ ଜଣେ ଯବାନ ଆହତ ହୋଇଥିବା ଜଣାପଡିଛି ।