ବଲିଉଡ ଅଭିନେତ୍ରୀ ପାୟଲ ରୋହତଗୀ ଗିରଫ

ଅହମ୍ମଦାବାଦ: ପାୟଲ ରହୁଥିବା ରେସିଡେନ୍ସିଆଲ ସୋସାଇଟିର ଚେୟାରଙ୍କ ସହ ଅନ୍ୟ ବାସିନ୍ଦାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ପୁଲିସ ତାଙ୍କୁ ଗିରଫ କରିଛି । ପୂର୍ବତନ ବଲିଉଡ ଅଭିନେତ୍ରୀ ପାୟଲ ରୋହତଗୀଙ୍କୁ ଶୁକ୍ରବାର ଗୁଜରାଟ ପୁଲିସ ତାଙ୍କ ଅହମ୍ମଦାବାଦ ଘରୁ ଗିରଫ କରିଛି । ଅହମ୍ମଦାବାଦର ସାଟେଲାଇଟ ଏରିଆରେ ଥିବା ସୁନ୍ଦରଭାନ ଏପିଟୋମ ଆପାର୍ଟମେଣ୍ଟରେ ପିତା-ମାତାଙ୍କ ସହ ରହୁଥିବା ପାୟଲ ତାଙ୍କ ସହ ଅନ୍ୟ ବାସିନ୍ଦାଙ୍କୁ ଦୁର୍ବ୍ୟବହାର ସହ ଅପମାନିତ କରିଥିବା ସୋସାଇଟି ଚେୟାରମ୍ୟାନ୍‌ ଡ. ପରାଜ ଶାହ ଗୁରୁବାର ରାତିରେ ସାଟେଲାଇଟ ଥାନାରେ ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗକ୍ରମେ ପୁଲିସ ଆଇପିସିର ଧାରା ୨୯୪ ବି, ୫୦୬ ଏବଂ ଆଇଟି ଧାରାରେ ଏଫଆଇଆର୍‌ ରୁଜୁ କରିଥିଲା । ଏହି ମାମଲାରେ ପାୟଲଙ୍କୁ ଗିରଫ କରାଯାଇଥିଲା ବୋଲି ଅହମ୍ମଦାବାଦ ଜୋନ-୭ ଡିସିପି ପ୍ରେମସୁଖ ଦେଲୁ କହିଛନ୍ତି ।