ଧନଶ୍ରୀଙ୍କ ସହ ଡ୍ୟାନ୍ସ କଲେ ବଟଲର
ରାଜସ୍ଥାନ ରୟାଲ୍ସର ଅଧିନାୟକ ସଞ୍ଜୁ ସାମସନଙ୍କ ନେତୃତ୍ୱରେ ଦଳ ଗୁଜୁରାଟ ଟାଇଟାନ୍ସଠାରୁ ଫାଇନାଲ..
ନୂଆଦିଲ୍ଲୀ: ରାଜସ୍ଥାନ ରୟାଲ୍ସର ଅଧିନାୟକ ସଞ୍ଜୁ ସାମସନଙ୍କ ନେତୃତ୍ୱରେ ଦଳ ଗୁଜୁରାଟ ଟାଇଟାନ୍ସଠାରୁ ଫାଇନାଲ ମ୍ୟାଚରେ ୭ୱିକେଟରେ ପରାସ୍ତ ହୋଇଛି । ରାଜସ୍ଥାନ ରୟାଲ୍ସ ଟାଇଟଲ ଜିତି ପାରି ନଥିଲା । କିନ୍ତୁ ଦଳର ବ୍ୟାଟ୍ସମ୍ୟାନ ଜୋସ ବଟଲର କମଳା ଅରେଞ୍ଜ କ୍ୟାପ ଏବଂ ସ୍ପିନର ୟୁଜଭେନ୍ଦ୍ର ଚହଲ ପର୍ପଲ କ୍ୟାପ କବଜା କରିଥିଲେ । ପରାଜୟର କ୍ଷତକୁ ଭୁଲି ବଟଲର ଘରକୁ ଯିବା ପୂର୍ବରୁ ବହୁତ ମଜା କରିଥିଲେ । ବାସ୍ତବରେ ଚହଲଙ୍କ ପତ୍ନୀ ଧନଶ୍ରୀ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଭିଡିଓ ଏବଂ ଫଟୋ ସେୟାର କରିଛନ୍ତି । ଧନଶ୍ରୀ ପୋଷ୍ଟର କ୍ୟାପସନରେ ଲେଖିଛନ୍ତି ଅରେଞ୍ଜ ଏବଂ ପର୍ପଲ ମଧ୍ୟରେ ଗୋଲାପୀ । ଚହଲ ଏବଂ ବଟଲରଙ୍କ ପ୍ରତି ମୋର ସମ୍ମାନ ଏବଂ ପ୍ରେମ ଶବ୍ଦରେ ପ୍ରକାଶ କରାଯାଇପାରିବ ନାହିଁ । ବଟଲର ତୁମେ ଜଣେ ଭଦ୍ରଲୋକ ଏବଂ ସବୁଠାରୁ ଚମତ୍କାର ବ୍ୟକ୍ତିତ୍ୱ । ଯିବା ପୂର୍ବରୁ ଆମେ ଦୁହେଁ ଦୁହିଁଙ୍କୁ ଯାହା କଥାହେଲୁ ସେସବୁ ଠିକ । ଆମେ ଟ୍ରଫି ସିନା ଜିତିଲୁନି ହେଲେ ହୃଦୟ ଜିତିଯାଇଛୁ । ମୁଁ ବହୁତ ଭାଗ୍ୟଶାଳୀ ଯେ ଏଠାରେ ମୁଁ ମୋର ଆଉ ଗୋଟିଏ ଛୋଟିଆ ଫ୍ୟାମିଲି କରିପାରିଛି ।