ସାମନ୍ତାଙ୍କ ଡିନର ପାର୍ଟିରେ ‘ଖୁସି’ର ସଦସ୍ୟ

ତାମିଲ ଅଭିନେତ୍ରୀ ସାମନ୍ତା ଯାହା କହିଥିଲେ ତାହା ପୂରଣ କରିଛନ୍ତି । କୋଭିଡ ଯୋଗୁଁ ତାଙ୍କର ଏକ….

ମୁମ୍ବାଇ : ତାମିଲ ଅଭିନେତ୍ରୀ ସାମନ୍ତା ଯାହା କହିଥିଲେ ତାହା ପୂରଣ କରିଛନ୍ତି । କୋଭିଡ ଯୋଗୁଁ ତାଙ୍କର ଏକ ପ୍ରୋଜେକ୍ଟ ବନ୍ଦ ହୋଇ ପଡ଼ି ରହିଥିଲା । ନିକଟରେ ଏହି ଫିଲ୍ମରେ ‘ଖୁସି’ର ପ୍ରଥମ ଟ୍ରେଲର ରିଲିଜ ହୋଇଛି । ଏହା ପୂର୍ବରୁ ସେ ସୂଚନା ଦେଇଥିଲେ ଯେ, ଏହାର ଟ୍ରେଲର ରିଲିଜ ପରେ ସେ ଉକ୍ତ ଫିଲ୍ମର କଳାକାର ଏବଂ ୟୁନିଟର ସମସ୍ତ ସଦସ୍ୟଙ୍କୁ ଡିନର ପାର୍ଟିରେ ଆପ୍ୟାୟିତ କରିବେ ।

ତେବେ ଟ୍ରେଲର ଶୋ’ପରେ ସେ ସମସ୍ତଙ୍କୁ ହତ୍ୟାତ୍‌? ଡିନର ପାର୍ଟିକୁ ଆମନ୍ତ୍ରଣ କରିଥିଲେ । ଏ କଥା ଶୁଣିବା ପରେ ସେଠାରେ ଉପସ୍ଥିତ ୟୁନିଟ୍‌? ସଦସ୍ୟମାନେ ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ । ସାମନ୍ତା କହନ୍ତି, ‘ଆପଣମାନେ ହୁଏତ ଗୋଟିଏ କଥାକୁ ମନେ ରଖିନାହାନ୍ତି । କିଛିମାସ ପୂର୍ବରୁ ଏହି ଫିଲ୍ମର ସମସ୍ତ ସଦସ୍ୟଙ୍କୁ ରାତ୍ର ଭୋଜନରେ ଆପ୍ୟାୟିତ କରିବି କହିଥିଲେ । ଆଜି ବାସ୍‌ ସେହି କଥାକୁ ପୂରଣ କରୁଛି ।