ଖୁବ୍‌ଶୀଘ୍ର ଆସିବାକୁ ଯାଉଛି ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକଙ୍କ ନୂଆ ଓଡ଼ିଆ ସିନେମା

ଖୁବ୍‌ଶୀଘ୍ର ଆସିବାକୁ ଯାଉଛି ପ୍ରତିଭାବାନ ପ୍ରଯୋଜକ ତଥା….

ନୂଆଦିଲ୍ଲୀ: ଖୁବ୍‌ଶୀଘ୍ର ଆସିବାକୁ ଯାଉଛି ପ୍ରତିଭାବାନ ପ୍ରଯୋଜକ ତଥା ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକଙ୍କ ନୂଆ ଓଡ଼ିଆ ସିନେମା । ଯାହାର ନାଁ ଏଯାଏଁ ଘୋଷଣା ହୋଇନି । କିନ୍ତୁ ଏତିକି ଜଣାପଡ଼ିଛି ଯେ, ସିନେମାଟିର କାହାଣୀ ବିଶିଷ୍ଟ କଥାକାର ଡ. ଗୌରହରି ଦାସଙ୍କ ଏକ କ୍ଷୁଦ୍ର ଗଳ୍ପରୁ ଉଦ୍ଧାର କରାଯାଇଛି । ଏହାର ରଚନା ରୋଶନ ବିଶୋଇ କରିଛନ୍ତି। ପ୍ରଯୋଜନା ଏବଂ ନିର୍ଦ୍ଦେଶନା ଭାର ଅନୁପମ ସମ୍ଭାଳିଛନ୍ତି। ଏଥିରେ ସଙ୍ଗୀତ ଦେଇଛନ୍ତି ଆଶିଷ ଓ ଅଙ୍କେଶ। ସମ୍ପାଦନା କରିଛନ୍ତି ସ୍ୱର୍ଗତ ଦେବେନ ମିଶ୍ର।

ସିନେମାଟୋଗ୍ରାଫିରେ ଦୀପକ କୁମାର ତାଙ୍କ ଦକ୍ଷତା ପରଖିଛନ୍ତି । ସିନେମାର ମୁଖ୍ୟ ଭୂମିକାରେ ଦୀପନ୍ୱିତ ଦାଶ ମହାପାତ୍ର, ବର୍ଷା ପଟ୍ଟନାୟକ, ସିଦ୍ଧାନ୍ତ ମହାପାତ୍ର, ଚୌଧୁରୀ ଜୟପ୍ରକାଶ ଦାସ, ରୋଶନ ବିଶୋଇ, ଦୀପକ ଉପାଧ୍ୟାୟ, ଶ୍ରୀଲା ତ୍ରିପାଠୀ, ଅବକାଶ ମିଶ୍ର ଓ ଅନ୍ୟମାନେ ବିଭିନ୍ନ ଚରିତ୍ରରେ ଅଭିନୟ କରିଛନ୍ତି । ଖୁବ୍‌ଶୀଘ୍ର ସିନେମାର ଶୀର୍ଷକ ଘୋଷଣା ସାଙ୍ଗକୁ ପୋଷ୍ଟର୍‌ ରିଲିଜ୍‌ ହେବାକୁ ଯାଉଛି ।