୧୫ ଦିନ ମଧ୍ୟରେ ଦିଲ୍ଲୀ ପୋଲିସରେ ହାଜର ହେବେ ବର୍ଷା: ଓଡିଶା ହାଇକୋର୍ଟ

ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଦିଲ୍ଲୀ ପୋଲିସ ପାଖରେ ହାଜର….

କଟକ : ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଦିଲ୍ଲୀ ପୋଲିସ ପାଖରେ ହାଜର ହେବେ । ୧୫ ଦିନ ମଧ୍ୟରେ ହାଜର ହେବାକୁ ଓଡିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ୧୫ ଦିନ ଯାଏ ଅନ୍ତରୀଣ ସୁରକ୍ଷା ବଳବର୍ତ୍ତର ରଖିଛନ୍ତି କୋର୍ଟ । ବର୍ଷାଙ୍କ ନାଁରେ ଜାତିଆଣ ଆକ୍ଷେପ ନେଇ ଦିଲ୍ଲୀରେ ମାମଲା ରୁଜୁ ହୋଇଥିଲା । ସ୍ୱାମୀ ଅନୁଭବଙ୍କ କର୍ମଚାରୀଙ୍କ ପ୍ରତି ଜାତିଆଣ ଆକ୍ଷେପ ନେଇ ଅଭିଯୋଗ ହୋଇଥିଲା ଯାହାକୁ ନେଇ ୨ ଥର ନୋଟିସ  ହୋଇଥିଲା । ନୋଟିସ ସତ୍ତେ୍ୱ ବର୍ଷା ଦିଲ୍ଲୀ ପୋଲିସ ପାଖରେ ହାଜର ହୋଇନାହାନ୍ତି । ହାଜର ପରିବର୍ତ୍ତେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ବର୍ଷା । ହାଇକୋର୍ଟ ଦିଲ୍ଲୀ ପୋଲିସ ପାଖରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ।