ମୁମ୍ବାଇ: ଦବଙ୍ଗ ଗର୍ଲ ସୋନାକ୍ଷୀଙ୍କୁ ନେଇ ଏବେ ବଲିଉଡ୍ରେ ଚର୍ଚ୍ଚା । କାରଣ ସୋନାକ୍ଷୀ କୁଆଡେ଼ ଚଳିତ ବର୍ଷ ହାତକୁ ଦି’ ହାତ ହେବାକୁ ଯାଉଛନ୍ତି । ଏଭଳି କଥାକୁ ନେଇ ସୋନାକ୍ଷୀ କେହି ଜଣେ ମୋତେ ଅଯଥା ବଦନାମ କରିବାକୁ ଏଭଳି ଅପପ୍ରଚାର କରୁଛନ୍ତି । ମୋର ଏବେ ମ୍ୟାରେଜ କରିବାର କୌଣସି ଯୋଜନା ନାହିଁ । କାରଣ ବର୍ତ୍ତମାନ ମୁଁ ମୋ କ୍ୟାରିୟରକୁ ଅଧିକ ଗୁରୁତ୍ୱ ଦେଉଛି । ଯେତେବେଳେ ସେହି ସମୟ ଆସିବ ସେତେବେଳେ ସେ କଥା ସମସ୍ତେ ଜାଣିବେ । କାରଣ ମୋର ଲୁଚିଛପି ବିବାହ କରିବାର ନାହିଁ । ତେଣୁ ଏପରି କଥାକୁ କେହି ବିଶ୍ୱାସ ନ କରିବାକୁ ଅନୁରୋଧ କରୁଛି ବୋଲି କହିଛନ୍ତି ।