ଭାରତର ସହଜ ବିଜୟ

ମ୍ୟାଚରେ ଦୀପ୍ତି ୨୫ ରନ ବିନିମୟରେ ୩ ଉଇକେଟ ନେବା ସହ ୨୨ ରନ୍‌ କରି ଅପରାଜିତ ରହିଥିଲେ…

ନୂଆଦିଲ୍ଲୀ: ଦୀପ୍ତି ଶର୍ମାଙ୍କ ଅଲରାଉଣ୍ଡ ପ୍ରଦର୍ଶନ ସହାୟତାରେ ଭାରତ ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚ ୪ ଉଇକେଟରେ ବିଜୟ ହାସଲ କରିଛି । ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ୪୮.୨ ଓଭରରେ ୧୭୧ ରନ କରି ଅଲଆଉଟ ହୋଇଯାଇଥିଲା । ଜବାବରେ ଭାରତ ୧୨ ଓଭର ବାକିଥାଇ ୬ ଉଇକେଟ ବିନିମୟରେ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା । ମ୍ୟାଚରେ ଦୀପ୍ତି ୨୫ ରନ ବିନିମୟରେ ୩ ଉଇକେଟ ନେବା ସହ ୨୨ ରନ୍‌ କରି ଅପରାଜିତ ରହିଥିଲେ । ଏହି ବିଜୟ ଦ୍ୱାରା ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଅନ୍ତର୍ଜାତୀୟ ଦିନିକିଆ ଚାମ୍ପିୟନଶିପର ଏହି ୩ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୧-୦ରେ ଅଗ୍ରଣୀ ଲାଭ କରିଛି । ଦୀପ୍ତି ପ୍ଲେୟର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି ।