ନୂଆ ଲୁକ୍‌ରେ ଜଲୱା ଦେଖାଇଲେ ଜ୍ୟାକଲିନ

ଯେଉଁଠାରୁ ଅଭିନେତ୍ରୀଙ୍କ ଆକର୍ଷୀୟ ଲୁକ ଗୁଡିକ ଦେଖିବାକୁ ମିଳିଛି…

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ବର୍ତ୍ତମାନ ସେ ବୃତ୍ତିଗତ ଅପେକ୍ଷା ବ୍ୟକ୍ତିଗତକୁ ନେଇ ଆଲୋଚନାରେ ଅଛନ୍ତି । ବଲିଉଡରେ ଲୋକପ୍ରିୟ ହୋଇଥିଲେ ମଧ୍ୟ ଏବେ ସେ କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଆଇଟମ ଗୀତ ପାଇଁ ଚର୍ଚ୍ଚାରେ ଅଛନ୍ତି । ହେଲେ ନିକଟରେ ସେ ଦୁବାଇରେ ଆୟୋଜିତ ହେଉଥିବା ଆଇଫାରେ ପହଞ୍ଚିଥିଲେ ।

ଯେଉଁଠାରୁ ଅଭିନେତ୍ରୀଙ୍କ ଆକର୍ଷୀୟ ଲୁକ ଗୁଡିକ ଦେଖିବାକୁ ମିଳିଛି । ଜ୍ୟାକଲିନଙ୍କ ଏହି ଟ୍ରାଡିସନାଲ ଲୁକ ଦେଖି ତାଙ୍କ ଫ୍ୟାନ୍ସମାନେ ଦିୱାନା ହୋଇଯାଇଛନ୍ତି ।

ଅନ୍ୟପଟେ ଜ୍ୟାକଲିନ ରୋହିତ ଶେଟ୍ଟୀଙ୍କ ଫିଲ୍ମ ‘ସର୍କସ’ରେ ନଜର ଆସିବେ । ଏହା ବ୍ୟତୀତ ‘ରାମ ସେତୁ’, ‘ବିକ୍ରାଣ୍ଟ ରେନା’ ଏବଂ ‘କିକ-୨’ରେ ଆସିବେ ।