‘କାଳୀ’ ଫିଲ୍ମକୁ ନେଇ ମହୁଆଙ୍କ ଉପରେ ବର୍ଷିଲେ ମମତା

‘କାଳୀ’ ଫିଲ୍ମର ପୋଷ୍ଟରକୁ ନେଇ ଟିଏମସି ସାଂସଦ ମହୁଆ ମୋଇତ୍ରା କହିଥିଲେ କାଳୀ ମାଂସ ଏବଂ ମଦ୍ୟ..

କୋଲକାତା : କାଳୀ ଫିଲ୍ମକୁ ନେଇ ସମଗ୍ର ଦେଶରେ ବାତାବରଣ ସରଗରମ ହୋଇଛି । ବିବାଦୀୟ ପୋଷ୍ଟରକୁ ନେଇ ସମଗ୍ର ଦେଶରେ ବିଭିନ୍ନ ସ୍ତରରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲାବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି । କାହିଁକି କିଛି ଲୋକ ନକରାତ୍ମକ ପ୍ରସଙ୍ଗକୁ ନେଇ ଏତେ ବିବାଦ ସୃଷ୍ଟି କରନ୍ତି ତାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି ।

ସେ କହିଛନ୍ତି ଯେ ବେଳେ ବେଳେ ମୋତେ ଲାଗେ, ଯେ କୌଣସି ନକରାତ୍ମକ ପ୍ରସଙ୍ଗରେ ଆମେ ଜାଣିଶୁଣି ଏହାକୁ ଆହୁରି ବିବାଦୀୟ କରିବାକୁ ଲାଗିପଡ଼ୁ । ଆମେ କାମ କଲା ବେଳେ କିଛି ଭୁଲ ହେବା ସ୍ୱାଭାବିକ । କିନ୍ତୁ ସେଗୁଡ଼ିକୁ ସଜଡ଼ାଯାଇ ପାରିବ । କିଛି ଲୋକ କିଛି ଭଲ କାମ ଦେଖିପାରନ୍ତି ନାହିଁ, ସେମାନେ ତୁରନ୍ତ ପ୍ରତିକ୍ରିୟାଶୀଳ ହୋଇ ଉଠନ୍ତି । ନକରାତ୍ମକ ଆମ ମସ୍ତିଷ୍କ ସେଲକୁ ପ୍ରଭାବିତ କରିଥାଏ । ତେଣୁ ସର୍ବଦା ସକରାତ୍ମକ ଭାବିବା ଉଚିତ ବୋଲି ମମତା କହିଛନ୍ତି ।

‘କାଳୀ’ ଫିଲ୍ମର ପୋଷ୍ଟରକୁ ନେଇ ଟିଏମସି ସାଂସଦ ମହୁଆ ମୋଇତ୍ରା କହିଥିଲେ କାଳୀ ମାଂସ ଏବଂ ମଦ୍ୟ ପ୍ରିୟ । ମହୁଆଙ୍କ ଏହି ମନ୍ତବ୍ୟ ପରେ ହିନ୍ଦୁ ସଙ୍ଗଠନ ଗୁଡ଼ିକ ତୀବ୍ର ବିରୋଧ କରି ତାଙ୍କ ଗିରଫ ଦାବି କରିଥିଲେ ।