ମୁମ୍ବାଇ: ଜାହ୍ନବୀ କପୁର ଯାହା କହିଥିଲେ ତାହା ପୂରଣ କରିଛନ୍ତି । ନିକଟରେ ଏକ ଅନଟାଇଟଲଡ ଫିଲ୍ମର ଶୁଟିଂ ଶେଷ କରି ଫେରିଛନ୍ତି । ତେବେ ଏହାର ଶୁଟିଂ ସମୟରେ ତାଙ୍କର କେତେ ଜଣ ସାଙ୍ଗ ତାଙ୍କୁ ଏକ ଡିନର ପାର୍ଟି ଦେବାକୁ କହିଥିଲେ । ହେଲେ ଯେହେତୁ ୟୁନିଟ ବିଦେଶରେ ଥିଲା, ତେଣୁ ମୁମ୍ବାଇ ଫେରିଲେ ସାଙ୍ଗମାନଙ୍କ କଥା ନିଶ୍ଚୟ ରଖିବି ବୋଲି ସେ କହିଥିଲେ । ଏ ନେଇ ଜାହ୍ନବୀ କହନ୍ତି, ‘ମୁଁ ସେତେବେଳେ ପ୍ୟାରିସରେ ଥିଲି । ଯେହେତୁ ମୋ ଫିଲ୍ମର ୧୪ ଦିନିଆ ଶୁଟିଂ ସିଡ୍ୟୁଲ ସେଠାରେ ଥିଲା, ତେଣୁ ମୋତେ ସେଠାରେ ରହିବାକୁ ପଡ଼ିଥିଲା ।
ଯେତେବେଳେ ମୋ ସାଙ୍ଗମାନେ ମୋତେ ଡିନର ପାର୍ଟି କଥା କହିଲେ ସେମାନଙ୍କ ଅନୁରୋଧକୁ ଏଡ଼ାଇ ପାରିନଥିଲି । ନିକଟରେ ସେ ଏକ ବଡ଼ ହୋଟେଲରେ ଏହି ଡିନର ପାର୍ଟିର ଆୟୋଜନ କରିଥିଲେ । ତାଙ୍କର ସାଙ୍ଗମାନେ ସେଠାରେ ଉପସ୍ଥିତ ରହି ପାର୍ଟିର ମଜା ଉଠାଇଥିଲେ ।