ଟିମ ଇଣ୍ଡିଆ ପ୍ଲେୟାର ସ୍ୱାର୍ଥପର: ଟିମ୍‌ ପେନ

୨୦୨୦- ୨୧ରେ ଟିମ ଇଣ୍ଡିଆ ଅଷ୍ର୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ..

ନୂଆଦିଲ୍ଲୀ : ୨୦୨୦- ୨୧ରେ ଟିମ ଇଣ୍ଡିଆ ଅଷ୍ର୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ସିରିଜ ଜିତିଥିଲା । ଯାହା ସମସ୍ତଙ୍କ ପାଇଁ ଏକ ଐତିହାସିକ ସମୟ ଥିଲା । ନିକଟରେ ଏହି ସିରିଜକୁ ନେଇ ଏକ ୱେବ ସିରିଜ ଆସିଛି । ଯେଉଁଥିରେ ସିରିଜ ପଛର କାହାଣୀ ବାବଦରେ ଅନେକ କଥା କୁହାଯାଇଛି । ସିରିଜକୁ ନେଇ ଅଷ୍ର୍ଟ୍ରେଲିଆ ଅଧିନାୟକ ଟିମ ପେନ ଏକ ବଡ କଥା କହିଛନ୍ତି । ଭାରତୀୟ ଦଳର କିଛି ଖେଳାଳି ଅଧିକ ସ୍ୱାର୍ଥପର ଓ ସେମାନଙ୍କ ପାଇଁ ପୁରା ସିରିଜ ବିପଦରେ ଥିଲା ବୋଲି ସେ କହିଛନ୍ତି । ସୂଚନାନୁସାରେ, ସୋସିଆଲ ମିଡିଆରେ ସିରିଜକୁ ନେଇ ଏକ ଭିଡିଓ ଭାଇରାଲ ହୋଇଛି । ଯେଉଁଥିରେ ରୋହିତ ଶର୍ମା, ଋଷଭ ପନ୍ତ, ଶୁଭମନ ଗିଲ, ପୃଥ୍ୱୀ ଶ ଓ ନବଦୀପ ସୈନୀ ଉପସ୍ଥିତ ଅଛନ୍ତି । ସେମାନେ ଏକ ରେଷ୍ଟୁରାଣ୍ଟରେ ବସି ମଜା ମସ୍ତି କରୁଛନ୍ତି ।

ଏହି ଭିଡିଓକୁ ନେଇ ପେନ କହିଛନ୍ତି ଯେ, ଭାରତୀୟ ଦଳର ଚାରି-ପାଞ୍ଚ ଜଣ ପୁରା ସିରିଜକୁ ବିପଦରେ ପକାଇଥିଲେ । କେବଳ ଚିପ୍ସ ଓ ମସ୍ତି ମଜା ପାଇଁ ସେମାନେ ଏପରି କରିଥିଲେ । ସେମାନେ ସ୍ୱାର୍ଥପର ବୋଲି ମନେହୁଏ । ଅନେକ ଖେଳାଳି ଖ୍ରୀଷ୍ଟମାସରେ ମଧ୍ୟ ପରିବାର ସହ ପାର୍ଟି କରୁଥିଲେ । ଏହାଦ୍ୱାରା ବାୟୋ ବବଲ ନିୟମ ଉଲ୍ଲଙ୍ଘନ ହୋଇଥିଲା । ସେତେବେଳେ ଏକଥା ଅଷ୍ର୍ଟ୍ରେଲିଆ ଟିମକୁ ଦୁଖୀ ଦେଇଥିଲା । ସୂଚନାଯୋଗ୍ୟ, ଭାରତ ଅଷ୍ର୍ଟ୍ରେଲିଆ ବିପକ୍ଷରେ ୨୦୨୦-୨୧ରେ ଟେଷ୍ଟ ସିରିଜ ଖେଳିଥିଲା । ଟିମ ଇଣ୍ଡିଆ ସିରିଜରେ ୨-୧ରେ କବଜା କରିନେଇଥିଲା ।