ଶାହରୁଖ କିଣିଲେ ଆଉ ଏକ କ୍ରିକେଟ ଟିମ

ମୁମ୍ବାଇ : ବଲିଉଡ କିଙ୍ଗଖାନ ଫିଲ୍ମ ସାଙ୍ଗକୁ କ୍ରିକେଟ ଜଗତରେ ମଧ୍ୟ ବେଶ ପ୍ରସିଦ୍ଧ । ବିଶ୍ୱର ସର୍ବ ବୃହତ୍ତ କ୍ରିକେଟ ଲିଗ ଆଇପିଏଲରେ ଶାହରୁଖ କୋଲକାତା ନାଇଟ ରାଇଡର୍ସର ମାଲିକ । ଇିତିମଧ୍ୟରେ ଶାହରୁଖ ଆଉ ଏକ ନୂଆ କ୍ରିକେଟ ଟିମ କ୍ରୟ କରିଛନ୍ତି । ଏହି ଟିମ କେରବିୟନ ପ୍ରିମିୟର ଲିଗର ମହିଳା କ୍ରିକେଟ ଟିମ । ଦୁଇଥରର ଆଇପିଏଲ ବିଜେତା କେକେଆରର ମାଲିକ ଶାହରୁଖ ନିକଟରେ ତାଙ୍କ ଟ୍ୱିଟରେ ଏକ ରିଟ୍ୱିଟ କରିଛନ୍ତି । ଶାହରୁଖ ଯେଉଁ ଟ୍ୱିଟ ସେୟାର କରିଛନ୍ତି ତାହା ତାଙ୍କର ନୂଆ ମହିଳା କ୍ରିକେଟ ଟିମ ଟ୍ରିନବାଗୋ ନାଇଟ ରାଇଡର୍ସର ଅଫିସିଆଲ ଟ୍ୱିଟରର ହ୍ୟାଣ୍ଡଲ । ଏଥିରେ ଶାହରୁଖ ଉଲ୍ଲେଖ କରିଛନ୍ତି ଯେ କେକେଆର ପରିବାର ଲାଗି ଏହା ବାସ୍ତବିକ ଖୁସିର ମୂହୁର୍ତ୍ତ ।