ଜଙ୍ଗଲରୁ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର

ଲାଙ୍ଗିର ଜିଲ୍ଲା ସଇଁନ୍ତଲା ଥାନା ଡଙ୍ଗରମୁଣ୍ଡା ଗାଁର ବ ଜଂଗଲ ଭିତରୁ…

ବଲାଙ୍ଗିର :ଲାଙ୍ଗିର ଜିଲ୍ଲା ସଇଁନ୍ତଲା ଥାନା ଡଙ୍ଗରମୁଣ୍ଡା ଗାଁର ବ ଜଂଗଲ ଭିତରୁ ପ୍ରେମୀ ଯୁଗଳଙ୍କ ମୃତଦେହ ମିଳିଛି । ମୃତ ଯୁବକ ଡଙ୍ଗରମୁଣ୍ଡା ଗାଁର ଚନ୍ଦ୍ର ଭୋଇ ଓ ମୃତ ଯୁବତୀ ଜଣକ ତୁଷୁରା ନିକଟ ନୂଆପଡ଼ା ଗାଁର ଯାଜ୍ଞସେନୀ କୁଅଁର ବୋଲି ଜଣାପଡ଼ିଛି । ଖବର ପାଇ ସଇଁତଳା ପୁଲିସ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ତେବେ ମୃତ୍ୟୁର କାରଣ ଜଣାପଡ଼ିନାହିଁ । ଏହି ଯୁବକ ଓ ଯୁବତୀଙ୍କୁ କେହି ହତ୍ୟା କରିଛି ନା ସେମାନେ ଆତ୍ମହତ୍ୟା କରିଛନ୍ତି, ତାହା ସ୍ପଷ୍ଟ ହୋଇନାହିଁ । ଘଟଣାସ୍ଥଳରୁ ମିଳିଥିବା ପ୍ରମାଣକୁ ପୁଲିସ ଜବତ କରିଛି । ଏଥିସହ ମୃତକଙ୍କ ପରିବାର ଲୋକଙ୍କୁ ପଚରାଉଚରା କରିଛି ପୁଲିସ । ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ଘଟଣା ସ୍ପଷ୍ଟ ହେବ ବୋଲି ପୁଲିସ କହିଛି ।