ଦୀପିକାଙ୍କ ପାଇଁ ଚିନ୍ତିତ ପ୍ରଭାସ

ମୁମ୍ବାଇ: ବଲିଉଡର ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ନେଇ ଚିନ୍ତାରେ ବାହୁବଳୀ ସୁପରଷ୍ଟାର ପ୍ରଭାସ । ତାଙ୍କୁ ଘାରିଛି ଏବେ ଦୀପିକାଙ୍କ ସ୍ୱାସ୍ଥ୍ୟ ଚିନ୍ତା । ଏଥିପାଇଁ ପ୍ରଭାସ ଏକ ବଡ ନିଷ୍ପତ୍ତି ନେଇଛନ୍ତି । ନିକଟରେ ସୁଟିଂ ସେଟରେ ଦୀପିକା ପାଦୁକୋନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା । ତାଙ୍କୁ ତୁରନ୍ତ ସେଠାରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହୃଦ୍‌ ସ୍ପନ୍ଦନ ବଢ଼ି ଯାଇଥିବା ନେଇ ସମସ୍ୟା ରହିଛି । କିନ୍ତୁ ପରେ ଦୀପିକାଙ୍କୁ ହସ୍ପିଟାଲରେ ଡିସଚାର୍ଜ କରିଦିଆ ଯାଇଥିଲା । ଏବେ କିନ୍ତୁ ଦୀପିକାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି । ତଥାପି ଦୀପିକାଙ୍କ ସ୍ୱାସ୍ଥ୍ୟକୁ ନେଇ ଆଗୁଆ ପଦକ୍ଷେପ ନେଇଛନ୍ତି ସାଉଥ ଅଭିନେତା ପ୍ରଭାସ । ପ୍ରଭାସ ଫିଲ୍ମ ମେକର୍ସଙ୍କୁ ଶୁଟିଂକୁ ଏକ ସପ୍ତାହ ପାଇଁ ସ୍ଥଗତି ରଖିବା ପାଇଁ ଅନୁରୋଧ କରିଛନ୍ତି । ଉଲ୍ଲେଖଯୋଗ୍ୟ, ‘ପ୍ରଜେକ୍ଟ-କେ’ ଫିଲ୍ମ ଜରିଆରେ ପ୍ରଥମ ଥର ପାଇଁ ଦୀପିକା ଓ ପ୍ରଭାସଙ୍କୁ ବଡ ପରଦାରେ ଏକାଠି ଦେଖିବାକୁ ମିଳିବ । ଏହି ଫିଲ୍ମ ୪୦୦ କୋଟି ବଜେଟରେ ତିଆରି କରାଯାଉଛି ।