ରାଖୀଙ୍କୁ ଲଗଜ୍ୟୁରୀ ଗିରଫ

ପୁଣି ଚର୍ଚ୍ଚାରେ ବି-ଟାଉନର ଡ୍ରାମା କୁଇନ ରାଖୀ ସାୱନ୍ତ । ନିଜ ପୂର୍ବତନ ସ୍ୱାମୀଙ୍କ ବିରୋଧରେ..

ମୁମ୍ବାଇ: ପୁଣି ଚର୍ଚ୍ଚାରେ ବି-ଟାଉନର ଡ୍ରାମା କୁଇନ ରାଖୀ ସାୱନ୍ତ । ନିଜ ପୂର୍ବତନ ସ୍ୱାମୀଙ୍କ ବିରୋଧରେ ଅଭିଯୋଗ ଆଣିବା ଓ ବ୍ୟବସାୟୀ ଅଦିଲ ଖାନ ଦୁରାନୀଙ୍କ ସହ ଡେଟ କରିବାକୁ ନେଇ ସେ ଚର୍ଚ୍ଚାରେ ଅଛନ୍ତି । କିଛି ଦିନ ପୂର୍ବରୁ ଆଦିଲ ରାଖୀଙ୍କୁ ଏକ ବିଏମଡବ୍ଲୁ କାର ଗିଫ୍ଟ କରିଥିବା ଖବର ଆସିଥିଲା । ଆଉ ଏବେ ସେ ରାଖୀଙ୍କୁ ଦୁବାଇରେ ଦେଇଛନ୍ତି ଲଗଜୁରୀ ଘର । ଏନେଇ ରାଖୀଙ୍କ ଖୁସି କହିଲେ ନସରେ । ସେ ତାଙ୍କ ନୂଆ ଘରର ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଲଗଜୁରୀରେ ଭରପୂର ଏହି ଘରର ସାଜସଜ୍ଜା ଦେଖି ଲୋକେ ଚକିତ ହୋଇପଡିଛନ୍ତି । ଗିଫ୍ଟରେ ମିଳିଥିବା ନିଜର ଏହି ନୂଆ ଘରକୁ ନେଇ ରାଖୀ ବେଶ ଖୁସି ଥିବା ଜଣାପଡିଛି । ରାଖୀ ଗତ ମାସରେ ତାଙ୍କ ବୟଫ୍‌ରେଣ୍ଡ ଆଦିଲ ଖାନଙ୍କ ସହ ଛୁଟି କାଟିବାକୁ ଦୁବାଇରେ ଯାଇଥିଲେ ।