ଆମିଷ ଖାଆନ୍ତି ନାହିଁ ଶାହୀଦ!

ଶାହୀଦ କପୁର ଆଦୌ ଆମିଷ ଖାଆନ୍ତି ନାହିଁ । ହେଲେ ଏହା ପଛରେ ନିଶ୍ଚୟ..

ମୁମ୍ବାଇ: ଶାହୀଦ କପୁର ଆଦୌ ଆମିଷ ଖାଆନ୍ତି ନାହିଁ । ହେଲେ ଏହା ପଛରେ ନିଶ୍ଚୟ କିଛି କାରଣ ଥିବ । କଥା କ’ଣ କି ଥରେ ସେ ଏକ ଇଂରାଜୀ ନୋବେଲ ପଢୁଥିଲେ । ଏହାଦ୍ୱାରା ଅନୁପ୍ରାଣିତ ହୋଇ ନିରାମିଷାଷୀ ପାଲଟି ଯାଇଥିଲେ ଏହି ଅଭିନେତା । ଏ ନେଇ ଶାହୀଦ କହନ୍ତି, ଭଲ ଭଲ ଲେଖକଙ୍କ ରଚିତ ବହି ମୋତେ ପଢ଼ିବାକୁ ଭଲ ଲାଗେ । ଏଥିପାଇଁ ମୁଁ ଘରେ ଏକ ମିନି ଲାଇବ୍ରେରୀ ତିଆରି କରି ଅନେକ ବହି ସାଇତି ରଖିଛି । ଥରେ ମୁଁ ଏକ ଇଂରାଜୀ ନୋବେଲ ପଢୁଥାଏ । ସେଥିରେ ଭେଜିଟେରିଆନ ହେଲେ ତାହା ଆମର ଜୀବନଶୈଳୀକୁ କେତେ ପ୍ରଭାବିତ କରେ ତାହା ଉଲ୍ଲେଖ କରାଯାଇଥିଲା । ଆଉ ସେହି ବିଷୟ ମୋତେ ବେଶ ପ୍ରଭାବିତ କରିଥିଲା । ତା’ପରେ ମୁଁ ଭେଜିଟେରିଆନ୍‌ ହେବାକୁ ସ୍ଥିର କରିଥିଲି ବୋଲି ଶାହୀଦ କହିଛନ୍ତି ।