ଯାହା ଖୋଜୁଥିଲେ ତାହା ପାଇଲେ ରକୁଲ ପ୍ରୀତ

ରକୁଲ ପ୍ରୀତ ସିଂ ଯାହା ଖୋଜୁଥିଲେ ତାହା ତାଙ୍କୁ ମିଳିଯାଇଛି । ଆଗକୁ ପଛକୁ…

ମୁମ୍ବାଇ : ରକୁଲ ପ୍ରୀତ ସିଂ ଯାହା ଖୋଜୁଥିଲେ ତାହା ତାଙ୍କୁ ମିଳିଯାଇଛି । ଆଗକୁ ପଛକୁ ବିଚାର ନ କରି ସିନା ସେ ଫିଲ୍ମଟି ସାଇନ କରିଦେଲେ, ହେଲେ ଏଥିରେ ତାଙ୍କୁ ମିଳିଥିବା ଭୂମିକାରେ କମେଡି ତଡ଼କା ରହିଛି । ତେଣୁ ଏବେ କମେଡି ଶିଖିବାକୁ ଅଣ୍ଟା ଭିଡ଼ିଛନ୍ତି ସେ । ତେବେ ଏ ନେଇ ରକୁଲ ଗୁରୁଟିଏ ମଧ୍ୟ ଯୋଗାଡ଼ କରିସାରିଲେଣି । ନିକଟରେ ଏକ କାର୍ଯ୍ୟକ୍ରମରେ ତାଙ୍କ ସହ ଦେଖା ହେବା ପରେ ସେ ନିଜ ମନ କଥା ଖିଲାଡ଼ି ମାଷ୍ଟରଙ୍କୁ କହିଥିଲେ । ବାସ୍‌? ତା’ପରେ ଅକ୍ଷୟ କମେଡି କରିବାକୁ ହେଲେ କେଉଁ କେଉଁ ଦିଗ ପ୍ରତି ଦୃଷ୍ଟି ଦେବାକୁ ପଡ଼ିବ ସେ ନେଇ ଟିପ୍ସ ଦେଇଥିଲେ । ରକୁଲ ଯାହା ଖୋଜୁଥିଲେ ତାହା ସିନା ତାଙ୍କୁ ମିଳିଗଲା । ହେଲେ ସେହି ଟିପ୍ସଗୁଡ଼ିକୁ ସେ କେତେ କାମରେ ଲଗାଉଛନ୍ତି ତାହା ଦେଖିବାକୁ ବାକି ରହିଲା ।