ବାଂଲାଦେଶର ଅଲୋଡ଼ା ରେକର୍ଡ

ଚଳିତ ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ବାଂଲାଦେଶ ଏକ ଅଲୋଡା ରେକର୍ଡର…

ନୂଆଦିଲ୍ଲୀ : ଚଳିତ ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ବାଂଲାଦେଶ ଏକ ଅଲୋଡା ରେକର୍ଡର ସମକକ୍ଷ ହୋଇଛି । ଦଳର ୬ଜଣ ବ୍ୟାଟର ବିନା କୌଣସି ରନରେ ଆଉଟ ହୋଇଯାଇଥିଲେ । ଫଳରେ ଦଳର ପ୍ରଥମ ଇନିଂସ ୧୦୩ ରନରେ ସୀମିତ ହୋଇଯାଇଥିଲା । ଏକ ଟେଷ୍ଟ ଇନିଂସରେ ୬ଜଣ ବ୍ୟାଟର ବିନା କୌଣସି ରନରେ ଆଉଟ ହେବା ୭ଟି ଦୃଷ୍ଟାନ୍ତ ରହିଛି । ବାଂଲାଦେଶ କ୍ଷେତ୍ରରେ ଏହା ସର୍ବାଧିକ ୩ ଥର ଘଟିଛି । ତନ୍ମଧ୍ୟରେ ଗତ ମାସରେ ଶ୍ରୀଲଙ୍କା ବିପକ୍ଷ ପୂର୍ବ ଟେଷ୍ଟର ପ୍ରଥମ ଇନିଂସ ସାମିଲ । ବାଂଲାଦେଶ ଇନିଂସରେ ସର୍ବାଧିକ ରନ(୫୧) ସଂଗ୍ରହ ଅଧିନାୟକ ଶକିବ ଅଲ ହସନ କରିଛନ୍ତି । ତାମିମ ଇକବଲ ୨୯ ଓ ଲିଟନ ଦାସ ୧୨ ରନ କରିଥିବା ବେଳେ ଅନ୍ୟ କେହି ଦୁଇ ଅଙ୍କ ସ୍ପର୍ଶ କରିପାରି ନ ଥିଲେ ।