ବିପଯ୍ୟୟ ଏଡ଼େଇବାକୁ ମକଡ୍ରିଲ

ବିପଯ୍ୟୟ ଏଡ଼େଇବାକୁ ମକଡ୍ରିଲ ଆସୁଛି ବର୍ଷା ଦିନ । ବର୍ଷା ଦିନରେ ଓଡ଼ିଶାର କେନ୍ଦୁଝର…

କେନ୍ଦୁଝର: ବିପଯ୍ୟୟ ଏଡ଼େଇବାକୁ ମକଡ୍ରିଲ ଆସୁଛି ବର୍ଷା ଦିନ । ବର୍ଷା ଦିନରେ ଓଡ଼ିଶାର କେନ୍ଦୁଝର ଜିଲ୍ଲାରେ ବନ୍ୟା ଓ ବାତ୍ୟା ଏକ ନିତିଦିନିଆ ଘଟଣା। ତେବେ ବନ୍ୟା ବାତ୍ୟା ଓ ପ୍ରାକୃତିକ ବିପର୍ଯ୍ୟୟ ରୁ ଧନ ଜୀବନ କ୍ଷତିରୁ ରକ୍ଷା କରିବା ପାଇଁ ସରକାର ତଥା ସଚେତନ ନାଗରିକଙ୍କ ଦାୟିତ୍ଵ ହୋଇଥିଲାବେଳେ ,ଆଜି ସାରା ଓଡ଼ିଶାରେ ଥିବା ସମସ୍ତ ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକରେ ଲୋକଙ୍କୁକିପରି ଉଦ୍ଧାର କରାଯାଇପାରିବ ଏନେଇ ଏକ ମକଡ୍ରିଲ୍ ଯୋଡ଼ା ବ୍ଲକର ବାତ୍ୟା ଆଶ୍ରୟସ୍ଥଳୀ ରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା। ବଡ଼ବିଲ ଓ ବିଲେଇପଦା ଅଗ୍ନିଶମ ବିଭାଗ ଏହି ପ୍ରଶିକ୍ଷଣ ଶିବିର ଆୟୋଜନ କରିଥିବା ବେଳେ, ସବୁ ଯୋଡ଼ା ବ୍ଳକ ଅଧୀନରେ ଥିବା ପଞ୍ଚାୟତର କିଛି ସରପଞ୍ଚ ଉପସ୍ଥିତ ଥିଲେ ।

ଯୋଡ଼ା ବ୍ଳକ ବିଡ଼ିଓ ଶ୍ରୀଯୁକ୍ତ ଜଗନ୍ନାଥ ହନୁମାନ ଏବଂ ଯୋଡ଼ା ବ୍ଲକ ଅଧକ୍ଷ କୋବିନ୍ଦ୍ର ନାୟକ ଙ୍କ ଉପସ୍ଥିତ ରେ ପ୍ରଶିକ୍ଷଣ ଶିବିର ର ଉଦଘାଟନ କରିଥିବା ବେଳେ ବ୍ଲକ୍ ସଦସ୍ୟା ଉପସ୍ଥିତ ଥିଲେ ,ଲୋଇଡାପଦା ସରପଞ୍ଚ ବିଳାଶିନୀ ଓରାମ , ପଳସା ସରପଞ୍ଚ ଅରୁଣ ମୁଣ୍ଡା, ବଡ଼ କାଳିମାଟି ସରପଞ୍ଚ ଅଷ୍ଟମୀ ମୁଣ୍ଡା,ଆସେଇଁକଳା ସରପଞ୍ଚ ଭରତୀ ମୁଣ୍ଡା, ଜଲହରି ସରପଞ୍ଚ ନରେନ୍ଦ୍ର ମୁଣ୍ଡା ପ୍ରମୁଖ ଯୋଗଦାନ କରିଥିଲେ ଯୋଡ଼ା ବ୍ଳକ ଅଧୀନରେ ଥିବା ପଞ୍ଚାୟତ ଶହେରୁ ଅଧିକ ଯୁବ ସ୍ବେଚ୍ଛାସେବୀଙ୍କୁ ଆଜି ପ୍ରଶିକ୍ଷଣ ଦିଆଯିବାସହ ଅଗ୍ନିଶମ ବିଭାଗ କର୍ମଚାରୀ ମକଡ୍ରିଲ୍ ମାଧ୍ୟମରେ ସ୍ବେଚ୍ଛାସେବୀ ମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ।ବଡ଼ବିଲ ରୁ ସୀତାରାମ ଦୀକ୍ଷିତ ରିପୋର୍ଟ