ମହେଶ ବାବୁଙ୍କୁ ବୟାନକୁ ନେଇ କଙ୍ଗନାଙ୍କ ପ୍ରତିକ୍ରିୟା

ସାଉଥ ସୁପରଷ୍ଟାର ମହେଶ ବାବୁ ନିକଟରେ ବଲିଉଡକୁ ନେଇ ଦେଇଥିବା ବୟାନଙ୍କୁ…

ମୁମ୍ବାଇ : ସାଉଥ ସୁପରଷ୍ଟାର ମହେଶ ବାବୁ ନିକଟରେ ବଲିଉଡକୁ ନେଇ ଦେଇଥିବା ବୟାନଙ୍କୁ ଖୁବ ଚର୍ଚ୍ଚାରେ ଅଛନ୍ତି । ସୁପରଷ୍ଟାର ମହେଶ ବାବୁ ତାଙ୍କ ଅଭିନୟର ଯାଦୁରେ ଦର୍ଶକ ମତୁଆଲା ହୋଇଥାନ୍ତି । କିନ୍ତୁ ଏବେ କିନ୍ତୁ ସେ ବଲିଉଡକୁ ନେଇ ଦେଇଥିବା ବୟାନକୁ ନେଇ ଏବେ ଚର୍ଚ୍ଚାରେ ରହିଛନ୍ତି । ସୂଚନାଯୋଗ୍ୟ ଯେ, ମହେଶ ବାବୁ ବଲିଉଡ ଇଣ୍ଡଷ୍ଟ୍ରିକୁ ଟାର୍ଗେଟ କରି କହିଥିଲେ ଯେ ବଲିଉଡରୁ ଅନେକ ଅଫର ପାଇଛନ୍ତି ହେଲେ ତାଙ୍କୁ ସେତିକି ଅଫୋର୍ଡ ଦେଇପାରିବ ନାହିଁ । ଏଠି କାମ କରିବା କେବଳ ସମୟ ବର୍ବାଦ କରିବା ସଙ୍ଗେ ସମାନ । ତାଙ୍କର ଏହି ବୟାନକୁ ନେଇ ଅନେକ କଳାକର ସପୋର୍ଟରେ ତ ଆଉ କିଏ ତାଙ୍କ ବିରୋଧରେ କହିଛନ୍ତି । ହେଲେ ଏହା ଭିତରେ କଣ୍ଟ୍ରୋଭୋସି କୁଇନ କଙ୍ଗନା ରଣୱାତ ମହେଶ ବାବୁଙ୍କ ବୟାନକୁ ନେଇ ନିଜର ମତ ରଖିଥିଲେ ।

କଙ୍ଗନା କହିଥିଲେ କି ‘ହଁ ସେ ଠିକ କହିଛନ୍ତି, କାହିଁକି ନା ବଲିଉଡରେ ମହେଶ ବାବୁଙ୍କୁ କେହି ସେତିକି ଅଫୋର୍ଡ ଦେଇପାରିବ ନାହିଁ । କହିବାକୁ ଗଲେ ବଲିଉଡ ସତରେ ତାଙ୍କୁ ସେତିକି ଅଫୋର୍ଡ କରି ପାରିବ ନାହିଁ । କଙ୍ଗନା ଆହୁରି ମଧ୍ୟ କହିଛନ୍ତି ଯେ, ଆମେ ପ୍ରତ୍ୟେକ ଛୋଟ ଛୋଟ କଥାକୁ ନେଇ କଣ୍ଟ୍ରୋଭୋସି କରିବା ଉଚିତ ନୁହେଁ । କାହିଁକି ନା ଏମିତିରେ କହିବାକୁ ଗଲେ ଆମେ ମଧ୍ୟ କହିପାରିବା କି ଆମକୁ ହଲିଉଡ ମଧ୍ୟ ଅଫୋର୍ଡ କରିପାରିବ ନାହିଁ । ସ ସବୁଠାରୁ ବଡ କଥା କି ଯେଉଁ ଇଣ୍ଡଷ୍ଟ୍ରି ତମକୁ ଶୀର୍ଷରେ ପହଞ୍ଚିଛି ତାକୁ ସମ୍ମାନ କର ।