ଦେଶରେ ଖୁବଶୀଘ୍ର ହ୍ରାସ ହେବ ଖାଇବା ତେଲ ଦର!

ଦେଶରେ ଖାଇବା ତେଲର ଦରଦାମ ଖୁବଶୀଘ୍ର ହ୍ରାସ ହୋଇପାରେ । ପାମ ଅଏଲ ରପ୍ତାନୀ…..

ନୂଆଦିଲ୍ଲୀ: ଦେଶରେ ଖାଇବା ତେଲର ଦରଦାମ ଖୁବଶୀଘ୍ର ହ୍ରାସ ହୋଇପାରେ । ପାମ ଅଏଲ ରପ୍ତାନୀ ଉପରେ ବ୍ୟାନ ଲଗାଇବା ନେଇ ନିଜର ନିଷ୍ପତ୍ତିକୁ ଫେରାଇ ନେବାକୁ ଘୋଷଣା କରିଛି ଇଣ୍ଡୋନେସିଆ । ଏନେଇ ଇଣ୍ଡୋନେସିଆର ରାଷ୍ଟ୍ରପତି ଜୋକୋ ୱିଡୋଡୋ ଏହି ଘୋଷଣା କରିଛନ୍ତି । ସୂଚନାଯୋଗ୍ୟ ଯେ, ଭାରତ ପ୍ରତିବର୍ଷ ପ୍ରାୟ ୧୩ ରୁ ୧୩.୫୦ ମିଲିୟନ ଟନ ଖାଇବା ତେଲ ଆମଦାନୀ କରିଥାଏ । ଏଥିରୁ ୬୩ ପ୍ରତିଶତ ଅର୍ଥାତ ୮ରୁ ୮.୫୦ ମିଲିୟନ ଟନ ପାମ ଅଏଲ ରହିଥାଏ । ସେହିପରି ଆମଦାନୀ ହେଉଥିବା ପାମ ଅଏଲ ମଧ୍ୟରୁ ୪୫ ପ୍ରତିଶତ ଇଣ୍ଡୋନେସିଆରୁ ଆମଦାନୀ ହୋଇଥାଏ । ଅନ୍ୟପକ୍ଷରେ ସାରା ବିଶ୍ୱରେ ଖାଇବା ତେଲ ବାବଦରେ ପାମ ଅଏଲର ସବୁଠୁ ଅଧିକ ବ୍ୟବହାର କରାଯାଏ । ଉଲ୍ଲେଖଯୋଗ୍ୟ ଯେ, ଇନଣ୍ଡୋନେସିଆ ପାମ ଅଏଲର ରପ୍ତାନୀ ଉପରେ ପ୍ରତିବନ୍ଧକ ଲାଗୁ କରିବାକୁ ନିଷ୍ପତ୍ତି ନେଇଥିଲା । ଏହାପର ପାମ ଅଏଲର ମୂଲ୍ୟରେ ବୃଦ୍ଧି ଦେଖିବାକୁ ମିଳିଥିଲା ।