ଖୁବଶୀଘ୍ର ଓଟିଟିରେ ‘କେଜିଏଫ ଚାପ୍ଟର-୨’

ସାଉଥ ଷ୍ଟାର ୟଶଙ୍କ ଫିଲ୍ମ ‘କେଜିଏଫ -୨’ ବକ୍ସ ଅଫିସରେ ଦମଦାର କଲେକ୍ସନ….

ମୁମ୍ବାଇ: ସାଉଥ ଷ୍ଟାର ୟଶଙ୍କ ଫିଲ୍ମ ‘କେଜିଏଫ -୨’ ବକ୍ସ ଅଫିସରେ ଦମଦାର କଲେକ୍ସନ କରିଛି । ଏହି ଚଳଚ୍ଚିତ୍ର ସମସ୍ତ ହିଟ ଫିଲ୍ମକୁ ପଛରେ ପକାଇ ଦେଇଛି । ବର୍ତ୍ତମାନ ଏହା ଏକ ବଡ ଖବର ସାମ୍ନାକୁ ଆସିଛି । ରିପୋର୍ଟ ଅନୁଯାୟୀ ‘କେଜିଏଫ୍‌ -୨’ର ଖୁବଶୀଘ୍ର ଓଟିଟିରେ ରିଲିଜ କରାଯିବ । ଏହି ଚଳଚ୍ଚିତ୍ର ପ୍ରାୟ ୩୨୦ କୋଟିରେ ବିକ୍ରି କରାଯାଇଛି । ସୂଚନା ଅନୁଯାୟୀ, ପ୍ରଶାନ୍ତ ନୀଲଙ୍କ ନିର୍ଦ୍ଦେଶିତ ‘କେଜିଏଫ୍‌ ୨’ କନ୍ନଡ, ତାମିଲ, ତେଲୁଗୁ, ମାଲାୟାଲମ୍‌ ଏବଂ ହିନ୍ଦୀ ଭଳି ଭାଷାରେ ଓଟିଟି ପ୍ଲାଟଫର୍ମରେ ମୁକ୍ତିଲାଭ କରିବ । ହେଲେ ଫିଲ୍ମର ରିଲିଜ୍‌ ସମ୍ପର୍କରେ କୌଣସି ଅଫିସିଆଲ ବିବୃତ୍ତି ଜାରି କରାଯାଇ ନାହିଁ ।