କିଆରାଙ୍କ ଫଟୋଗ୍ରାଫି ପ୍ରେମ

ଉଠାଇଥିବା ଫଟୋଗୁଡ଼ିକୁ ଆଲବମରେ ରଖୁଛି….

ମୁମ୍ବାଇ : ବଲିଉଡ ହଟ୍‌ ଅଭିନେତ୍ରୀ କିଆରା ଆଡଭାନୀଙ୍କର ଏବେ ଗୋଟିଏ ଜିନିଷ ଆଡ଼କୁ ମନ ଢଳିଛି । ତାହା କ’ଣ ଜାଣନ୍ତି ସେ ହେଉଛି ଫଟୋଗ୍ରାଫି । ଅର୍ଥାତ, ସେ ଯୁଆଡେ଼ ଗଲେ ସାଙ୍ଗରେ କ୍ୟାମେରା ନେବାକୁ ଭୁଲୁ ନାହାନ୍ତି । ଶୁଟିଂରୁ ଫ୍ରି ହେବା ମାତ୍ରେ ସେ ନିକଟସ୍ଥ ମନପସନ୍ଦର ସ୍ଥାନକୁ ଯାଇ ଫଟୋ ଉଠାଉଛନ୍ତି । ନିଜର ଏଭଳି ଅଭ୍ୟାସ ବିଷୟରେ କିଆରା କହନ୍ତି ଏହି ଅଭ୍ୟାସ ମୋର ଏବେକାର ନୁହେଁ । ଗତ କିଛିବର୍ଷ ହେବ ମୁଁ ଫଟୋଗ୍ରାଫି ପ୍ରତି ମନ ବଳାଇଛି । ଉଠାଇଥିବା ଫଟୋଗୁଡ଼ିକୁ ଆଲବମରେ ରଖୁଛି । ପ୍ରାକୃତିକ ଦୃଶ୍ୟରାଜିକୁ ନେଇ ଏହି ଫଟୋଗୁଡ଼ିକୁ ନେଇ ଏକ ଫଟୋ ପ୍ରଦର୍ଶନୀ କରିବାକୁ ଆଶା ରଖିଛି । ସେପଟେ କରନ ଜୋହରଙ୍କ ନିର୍ମାଣାଧୀନ ଫିଲ୍ମ ‘ଗୋବିନ୍ଦା ନାମ ମେରା’ରେ ତାଙ୍କୁ ଦେଖିବାକୁ ମିଳିବ ।