160×600
160×600

ୟୁରୋପୀୟ ୟୁନିୟନରେ ସାମିଲ ହେବ ୟୁକ୍ରେନ

ଏଥସହ ଦୁଇ ଦେଶକୁ ୟୁନିୟନରେ ସାମିଲ କରିବା ପାଇଁ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି

ନୂଆଦିଲ୍ଲୀ: ରୁଷ ସହ ଫେବୃଆରୀ ୨୪ରୁ ଯୁଦ୍ଧ କରି ଆସୁଥିବା ୟୁକ୍ରେନକୁ ମିଳିଛି ବଡ଼ ଆଶ୍ୱସ୍ତି । ୟୁରୋପୀୟ ୟୁନିୟନରେ ସାମିଲ ହେବାକୁ ୟୁକ୍ରେନକୁ ଦାବିଦାର ଭାବେ ଚୟନ କରାଯାଇଛି । ୟୁକ୍ରେନ ବ୍ୟତୀତ ମାଲଡୋବାକୁ ମଧ୍ୟ ୟୁନିୟନରେ ସାମିଲ କରିବାକୁ ୟୁରୋପୀୟ ନେତାମାନେ ନିଷ୍ପତ୍ତି ନେଇଛନ୍ତି । ଉଭୟ ଦେଶକୁ ୟୁନିୟନର ସଦସ୍ୟ ମାନ୍ୟତା ଦେବାକୁ ଔପଚାରିକ ଭାବେ ସବୁ ନେତା ଏକମତ ହୋଇଛନ୍ତି । ଇୟୁ ନେତାଙ୍କ ଏହି ନିଷ୍ପତ୍ତିକୁ ୟୁକ୍ରେନ ରାଷ୍ଟ୍ରପତି ସ୍ୱାଗତ କରିବା ସହ ଧନ୍ୟବାଦ ଜଣାଇଛନ୍ତି । ଏଥସହ ଦୁଇ ଦେଶକୁ ୟୁନିୟନରେ ସାମିଲ କରିବା ପାଇଁ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି । ଏହି ପ୍ରକ୍ରିୟା ଶେଷ ହେବା ପରେ ୟୁକ୍ରେନ ଓ ମାଲଡୋବା ବିଧିବଦ୍ଧ ଭାବେ ୟୁରୋପୀୟ ୟୁନିୟନର ସଦସ୍ୟତା ଲାଭ କରିବେ ।