ମୁମ୍ବାଇ: ‘ଗ୍ୟାଙ୍ଗ୍ସ ଅଫ ୱାସେପୁର’ ଫିଲ୍ମ ମାଧ୍ୟମରେ ବଲିଉଡରେ ଡେବ୍ୟୁ କରିଥିଲେ ଅଭିନେତ୍ରୀ ହୁମା କ୍ୟୁରେଶୀ । ଏପରିକି ସେହି ବର୍ଷରେ ଶ୍ରେଷ୍ଠ ନବାଗତା ଭାବେ ଫିଲ୍ମଫେୟାର ପୁରସ୍କାର ପାଇଁ ନୋମିନେସନ ହାସଲ କରିଥିଲେ । ପରେ ହୁମା ଅନେକ ଫିଲ୍ମରେ ନଜର ଆସିଥିଲେ ।
ତେବେ ୨୦୨୧ରେ ରିଲିଜ ହୋଇଥିବା ୱେବସିରିଜ ‘ମହାରାଣୀ’ ତାଙ୍କ ଜୀବନର ଗତିପଥକୁ ବଦଳାଇ ଦେଇଥିଲା । ନିକଟରେ ତା’ର ଦ୍ୱିତୀୟ ଭାଗ ରିଲିଜ ହୋଇଥିବାବେଳେ ସେଥିରେ ତାଙ୍କର ଅଭିନୟକୁ ବି ଖୁବ ପ୍ରଶଂସା ମିଳୁଛି ।
ଏହି ଅବସରରେ ହୁମା କହିଛନ୍ତି ଯେ, ‘ମହାରାଣୀ’ ସିରିଜ ମୋ’ କ୍ୟାରିୟର ଲାଗି ଟର୍ଣ୍ଣିଂ ପଏଣ୍ଟ ଥିଲା । ସେଥିରେ ନିରକ୍ଷର ରାଣୀ ଭାରତୀ ଚରିତ୍ରରେ ଅଭିନୟ ମୋ’ ପାଇଁ ଖୁବ ଚାଲେଞ୍ଜିଂ ଥିବାବେଳେ ଦର୍ଶକମାନେ ପ୍ରଶଂସା କରିଥିଲେ ।