ମୁମ୍ବାଇ: ନିଜର ଅତରଙ୍ଗୀ ପୋଷାକ ଓ ଫିଟନେସ ପାଇଁ ସର୍ବଦା ଚର୍ଚ୍ଚାରେ ଥାଆନ୍ତି ମଲାଇକା ଅରୋରା । କିନ୍ତୁ ଏଥର ଏହି ସେଲଫି ପାଇଁ ସୋସିଆଲ ମିଡିଆରେ ସେ ଟ୍ରୋଲର ଶିକାର ହୋଇଛନ୍ତି । ନିକଟରେ ଜଣେ ଫ୍ୟାନ ମଲାଇକାଙ୍କ ସହ ସେଲଫି ନେବା ପାଇଁ ଅନୁରୋଧ କରିଥିଲେ । କିନ୍ତୁ ମଲାଇକା ତାଙ୍କ ଉପରେ ବିରକ୍ତି ପ୍ରକାଶ କରିଥିଲେ । ଫିଟନେସ ରୁଟିନ ଅନୁସାରେ ମଲାଇକା ଯୋଗ କ୍ଲାସରୁ ବାହାରି ଗାଡିରେ ବସୁଥିବା ସମୟରେ ଫ୍ୟାନ ଜଣକ ତାଙ୍କ ସହ ସେଲଫି ନେବା ପାଇଁ କହିଥିଲେ । ଏଥିରେ ମଲାଇକା ବିରକ୍ତ ହୋଇ ‘କେତେ ଫଟୋ ଉଠାଇବ, ବର୍ତ୍ତମାନ ହିଁ ଆପଣ ଫଟୋ ଉଠାଇଥିଲେ’ ବୋଲି ପ୍ରଶ୍ନ କରିଥିଲେ । ତେବେ ପରେ ପ୍ରଶଂସକଙ୍କ ସହ ଫଟୋ ଉଠାଇଥିଲେ ମଲାଇକା । ମଲାଇକାଙ୍କର ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ସେ ଟ୍ରୋଲର ଶିକାର ହେବାକୁ ପଡିଛି । ମଲାଇକାଙ୍କର ଏହି ବ୍ୟବହାରକୁ ଫ୍ୟାନ୍ସଙ୍କ ସହିତ ଅନେକ ଲୋକମାନେ ନାପସନ୍ଦ କରିଛନ୍ତି ।