ମହାରାଷ୍ଟ୍ରରେ ଚାଞ୍ଚଲ୍ୟ : ପରିବାରର ୯ ଜଣଙ୍କ ଆତ୍ମହତ୍ୟ

ମହାରାଷ୍ଟ୍ରର ସାଙ୍ଗଲି ଜିଲ୍ଲାରେ ଆର୍ଥିକ ସମସ୍ୟାରେ ଗୋଟିଏ ପରିବାରର ୯ ଜଣ….

ମୁମ୍ବାଇ : ମହାରାଷ୍ଟ୍ରର ସାଙ୍ଗଲି ଜିଲ୍ଲାରେ ଆର୍ଥିକ ସମସ୍ୟାରେ ଗୋଟିଏ ପରିବାରର ୯ ଜଣ ବ୍ୟକ୍ତି ବିଷ ପିଇ ଆତ୍ମହତ୍ୟା କରିଛନ୍ତି । ପୋଲିସର ସୂଚନାନୁସାରେ ଅକ୍କାତାଇ ୱାନମୋରର ଦୁଇ ପୁଅ ପପଟ ୱାନମୋର ଏବଂ ମାଣିକ ୱାନମୋର ସେମାନଙ୍କ ପରିବାର ସହିତ ସାଙ୍ଗଲି ଜିଲ୍ଲର ହମାଇସାଲ ଅଂଚଳରେ ଦୁଇଟି ଭିନ୍ନ ଘରେ ରହୁଥିଲେ । ସେଥିମଧ୍ୟରୁ ପପଟ ଜଣେ ଡାକ୍ତର ଏବଂ ମାଣିକ ଜଣେ ଶିକ୍ଷକ ଥିଲେ । ଡାକ୍ତର ପପଟ ୟାଲାପ୍ପା ଭାନମୋର (୫୨)ଙ୍କ ଅମ୍ବିକା ନଗରରେ ଏବଂ ସାଙ୍ଗଲିର ରାଜଧାନୀ କର୍ଣ୍ଣରରେ ଘର ଅଛି । ଡାକ୍ତର ଦମ୍ପତିଙ୍କ ପରିବାରର ଘରର କବାଟ ଖୋଲି ନ ଥିଲେ, ପଡେ଼ାଶୀମାନେ ଘର ପାଖରେ ପହଂଚି କବାଟ ଖୋଲି ଦେଖିଥିଲେ । ଡାକ୍ତର ଦମ୍ପତିଙ୍କର ଗୋଟିଏ ଘରୁ ୬ଟି ଏବଂ ଅନ୍ୟ ଘରୁ ୩ଟି ମୃତଦେହ ଉଦ୍ଧାର କରାଯାଇଛି ।