ମୁମ୍ବାଇ : ଗତ ଶନିବାର ବଲିଉଡ ଅଭିନେତ୍ରୀ ମଲାଇକା ଆରୋରା ଏକ କାର ଦୁର୍ଘଟଣାର ଶିକାର ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତେବେ ସେ ଏବେ ପୁରାପୁରି ସୁସ୍ଥ ହେବା ସହ ଘରକୁ ଫେରିଛନ୍ତି ବଲିଉଡ ଅଭିନେତ୍ରୀ ମଲାଇକା । ସୂଚନାଯୋଗ୍ୟ ଯେ, ଏକ ଫ୍ୟାଶନ କାର୍ଯ୍ୟକ୍ରମ ସାରି ମୁମ୍ବାଇ ଫେରୁଥିବା ବେଳେ ବଲିଉଡ ଅଭିନେତ୍ରୀ ମଲାଇକା ଆରୋରାଙ୍କ କାର ଦୁର୍ଘଟଣା ଘଟିଥିଲା । ଏହି ଦୁର୍ଘଟଣାରେ ଅଭିନେତ୍ରୀ ମଲାଇକା ସାମାନ୍ୟ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତେବେ ଏବେ ସେ ଏବେ ସେ ହସ୍ପିଟାଲରେୁ ଡିସଚାର୍ଜ ହୋଇଥିବା ଜଣାପଡିଛି । ଏନେଇ ମଲାଇକାଙ୍କ ଭଉଣୀର ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ମଲାଇବା ଏବେ ବିଶ୍ରାମ ନେଉଛନ୍ତି ।
ସୂଚନା ଅନୁଯାୟୀ ଗତ ଦୁଇ ତାରିଖ ଦିନ ମଲାଇକାଙ୍କ କାର ତାଙ୍କ ଡ୍ରାଇଭର ଚଳାଉଥିବା ବେଳେ ସେ ପଛରେ ବସିଥିଲେ । ତେବେ ଏକ୍ସପ୍ରେସ ୱେରେ ହଠାତ ଡ୍ରାଇଭର ଜଣଙ୍କ କାର ଉପରୁ ନିୟନ୍ତ୍ରଣ ହରାଇଥିଲେ । ଫଳରେ ଗାଡ଼ିଟି ରାସ୍ତାରେ ଯାଉଥିବା ଆଉ ୨ଟି କାର ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ ଅଭିନେତ୍ରୀ ମଲାଇକା ସାମାନ୍ୟ ଆହତ ହୋଇଥିଲେ । ତେବେ ତାଙ୍କୁ ତୁରନ୍ତ ମୁମ୍ବାଇର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଶରୀରରେ ୨ଟା ଷ୍ଟିଚ ମଧ୍ୟ ପଡ଼ିଥିବା ଜଣାପଡିଛି ।