୪୦ ଉପରେ ୫ ସହର

ଭୁବନେଶ୍ୱର : ରାଜ୍ୟର ୪୨ ଡିଗ୍ରୀ ଉପରେ ୩ ସହର ରହିଛି । ଭାରତ ପାଣିପାଗ କେନ୍ଦ୍ରର ଆଞ୍ଚଳିକ କେନ୍ଦ୍ର ଦେଇଥିବା ସୂଚନା ଅନୁଯାୟୀ ବାଲାଙ୍ଗୀର ୪୨.୬ ଡିଗ୍ରୀ, ଟିଟିଲାଗଡରେ ୪୨.୬ ଏବଂ ବୌଦ୍ଧରେ ୪୨ ଡିଗ୍ରୀ ସେଲସିୟସରେ ରେକର୍ଡ କରାଯାଇଥିଲା । ଏହାସହ ୪୦ ଡିଗ୍ରୀ ଉପରେ ୫ଟି ସହର ରହିଛି । ସେଗୁଡ଼ିକ ହେଉଛି ଝାରସୁଗୁଡା ୪୦.୮, ସମ୍ବଲପୁର ୪୦.୧, ସୁନ୍ଦରଗଡ ୪୦.୫, ଭବାନୀପାଟଣା ୪୦.୬ ଏବଂ ସୋନେପୁର ୪୦.୬ ।

ସେହିଭଳି ରାଜଧାନୀ ଭୁବନେଶ୍ୱରରେ ୩୪.୪ ଡିଗ୍ରୀ ସେଲସିୟସ ହୋଇଥିବାବେଳେ କଟକରେ ୩୪.୨ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି । ସେପଟେ ବଙ୍ଗୋପସାଗର ସମେତ ଦକ୍ଷିଣ ଆଣ୍ଡାମାନ୍‌ ସାଗରରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଯାଉଛି । ଯାହା ଆସନ୍ତା ୮ ତାରିଖ ବେଳକୁ ଘନୀଭୂତ ହୋଇ ବାତ୍ୟାର ରୂପ ମଧ୍ୟ ନେଇପାରେ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି ।