‘ରାତିରେ ପୁରୁଷ, ସକାଳେ ନାରୀ’
ମଜାଦାର ଚଳଚ୍ଚିତ୍ର ‘ପାର୍ଟନର’ କାହାଣୀ
ବହୁ ଯୁବକ ତାଙ୍କର କୌଣସି ସାଙ୍ଗର ଚାଲିଚଲଣୀ, ହାବଭାବ ଓ କଥାରେ ପ୍ରଭାବିତ ହୋଇ କହିପକାନ୍ତି, ‘ସତରେ ତୁ ଝିଅଟିଏ ହୋଇଥିଲେ ମୁଁ ତତେ ବାହା ହୋଇପଡ଼ନ୍ତି ।’ କିନ୍ତୁ ସତରେ ଯଦି ଜଣେ ସାଙ୍ଗଟିଏ ରାତିରେ ପାଖରେ ଶୋଇଥିବ ଓ ସକାଳେ ଉଠି ଦେଖିଲା ବେଳକୁ ଝିଅଟିଏ ହୋଇଯାଇଥିବ? ତାମିଲ ସିନେମାର ଲୋକପ୍ରିୟ ହାସ୍ୟ ଅଭିନେତା ଯୋଗୀବାବୁ।
ପରଦାକୁ ଆସିବା ମାତ୍ରେ ଦର୍ଶକଙ୍କ ପାଟି ବନ୍ଦ ହୁଏନା । ମାତ୍ର ସେ ଏବେ ଏପରି ଏକ କାହାଣୀରେ ମଉକା ପାଇଛନ୍ତି ଯାହାକୁ ନେଇ ସବୁଠି ଆଲୋଚନା। ନିର୍ଦ୍ଦେଶକ ମନୋଜ ଦାମୋଦରନ ତାଙ୍କର ପ୍ରଥମ କମେଡି ଚଳଚ୍ଚିତ୍ର ‘ପାର୍ଟନର’ ରେ ଅଭିନୟ କରିଛନ୍ତି ଯୋଗୀବାବୁ, ହଂସିକା ମୋତୱାନୀ, ଆଦି ପିନିଶେଟ୍ଟୀ।
ଏମିତି ଏକ କାହାଣୀରେ ଦୁଇସାଙ୍ଗ ଚରିତ୍ରରେ ଅବତୀର୍ଣ୍ଣ ହୋଇଛନ୍ତି ଯୋଗୀବାବୁ ଓ ଆଦି । ଦୁହେଁ ଚାକିରି ଖୋଜିବା ଆଶାରେ ପହଂଚି ଯାଉଛନ୍ତି ଗୋଟିଏ କଂପାନୀରେ ଯାହାର ଅସଲ କାମ ହେଉଛିି ଚୋରି କରିବା । କଂପାନୀ ପକ୍ଷରୁ ଜଣେ ବୈଜ୍ଞାନିକଙ୍କ ଘରୁ ଚିପ୍ ଚୋରି କରିବା ପାଇଁ ଦୁଇସାଙ୍ଗଙ୍କୁ କାମ ମିଳିଗଲା।
ମାତ୍ର ତ୍ରୁଟି ପରେ ତ୍ରୁଟି କରିବା ଯୋଉ ଦୁଇ ଯୁବକଙ୍କର ଜନ୍ମଗତ ଲକ୍ଷଣ । ଚୋରି କରିବା ସମୟରେ ଅଜାଣତରେ ଯୋଗୀବାବୁଙ୍କ ଶରୀରରେ ଗୋଟିଏ ଇଂଜେକସନ ପଶିଗଲା । ଉକ୍ତ ଇଂଜେକସନ ପ୍ରଭାବରେ ଯୋଗୀବାବୁ ରାତିରେ ପୁରୁଷ ଓ ସକାଳେ ମହିଳା ହୋଇ ଯାଉଛନ୍ତି । ମହିଳା ବେଶରେ ହଂସିକା ମୋତୱାନୀ ଅଭିନୟ କରିଛନ୍ତି।