ଦିନିକିଆ ବିଶ୍ୱକପ: ଜିମ୍ବାୱେକୁ ହରାଇ ଆସ୍ଥାନ ଜମାଇଲା ଶ୍ରୀଲଙ୍କା

ଭାରତରେ ଅନୁଷ୍ଠିତ ହେବାକୁ ଥିବା ଦିନିକିଆ ବିଶ୍ୱକପରେ ଶ୍ରୀଲଙ୍କା ଆସ୍ଥନ ଜମାଇଛି । ବିଶ୍ୱକପ୍‌ କ୍ୱାଲିଫାୟର ମୁକାବିଲାରେ ଜିମ୍ବାୱେକୁ ୯ ୱିକେଟରେ ପରାସ୍ତ କରିଛିି ଶ୍ରୀଲଙ୍କା ଟିମ୍‌ । ବୁଲାବାୟା ମୈଦାନରେ ଜିମ୍ବାୱେ ଶ୍ରୀଲଙ୍କାକୁ ୧୬୬ ରନ୍‌ ଟାର୍ଗେଟ୍‌ ଦେଇଥିଲା ଯାହାକୁ ଶ୍ରୀଲଙ୍କା ମାତ୍ର ୩୩.୧ ଓଭରରେ ହାସଲ କରିଛି ।

ଶ୍ରୀଲଙ୍କାକୁ ବିଜୟୀ କରାଇବାରେ ଓପନର ପଥୁମ ନିଶଙ୍କାଙ୍କ ଶତକ ପାଳି ଗୁରୁତ୍ୱପୂର୍ଣ୍ଣ ଥିଲା । ନିଶଙ୍କା ୧୪ଟି ଚୌକା ବଳରେ ୧୦୧ ରନ୍‌ କରିଥିଲେ । ଅଭିଜ୍ଞ ଖେଳାଳୀ ଦିମୁଥ କରୁଣାରତ୍ନେଙ୍କର ୩୦ ରନ୍‌ ଓ କୁସଲ ମେଣ୍ଡିସଙ୍କର ଅପରାଜିତ ୨୫ ରନ୍‌ ଦଳକୁ ଜିତାଇଥିଲା । ଶ୍ରୀଲଙ୍କା ସ୍ପିନର ମହିଷ ତିକ୍ଷ୍‌ଣା ଚାରୋଟି ୱିକେଟ୍‌ ଦଖଲ କରି ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି ।

ଟସରେ ହାରିବା ପରେ ଜିମ୍ବାୱେ ଟିମ୍‌ ପ୍ରଥମେ ବ୍ୟାଟିଂ ମୈଦାନକୁ ଓହ୍ଲାଇଥିଲା । ୩୨.୩ ଓଭରରେ ସବୁ ୱିକେଟ୍‌ ହରାଇ ଜିମ୍ବାୱେ ୧୬୫ ରନ୍‌ କରିଥିଲା ।