ମୁମ୍ବାଇ: ବଲିଉଡ ଅଭିନେତ୍ରୀ ମୌନୀ ରୟ ସୋସିଆଲ ମିଡିଆରେ ନିଜର ଭିନ୍ନ ଭିନ୍ନ ଫଟୋ ସେୟାର କରି ପ୍ରଶଂସକଙ୍କ ହୃଦୟରେ ନିଆଁ ଲଗାଉଛନ୍ତି । ଏବେ ପୁଣି ଥରେ ମୌନିଙ୍କ ନୂଆ ଲୁକ ପ୍ରଶଂସକଙ୍କୁ ଦିୱାନା କରିଦେଇଛି । ମୌନି ତାଙ୍କର ଏକ ଗ୍ଲାମରସ ଓ ଟ୍ରାଡିସନାଲ ଫଟୋ ସେୟାର କରିଛନ୍ତି । ଏହି ଫଟୋରେ ଅଭିନେତ୍ରୀ ଏକ ଲାଲ ଶାଢୀରେ ନଜର ଆସିଛନ୍ତି । ମୌନି ଏହି ଲାଲ ଶାଢୀରେ ସହ ଟ୍ରାଡିସନାଲ ଲୁକ ସହ ତାଙ୍କ କେଶକୁ ଖୋଲା ରଖିଛନ୍ତି । ଏହା ସହିତ ତାଙ୍କ କାନରେ ବଡ଼ କାନଫୁଲ ପିନ୍ଧିଛନ୍ତି । ଯେଉଁଥିରେ ତାଙ୍କ ସୌନ୍ଦର୍ଯ୍ୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି ।