ପୁଣିଥରେ ପରଦାରେ ଶାହରୁଖ-କାଜୋଲ ଯୋଡି

ଆଉ ସେହି ସିନେମାର ନିର୍ଦ୍ଦେଶନା ଅଜୟ ଦେବଗନ ଦେବେ ବୋଲି ଏବେ ଚର୍ଚ୍ଚା ହେଉଛି….

ମୁମ୍ବାଇ: ବଲିଉଡ୍‌ରେ ଶାହରୁଖ-କାଜୋଲଙ୍କ ଯୋଡ଼ି ରାଜ କରୁଥିଲା । ‘କରନ ଅର୍ଜୁନ’, ‘ଡିଡିଏଲ’, ‘ବାଜିଗର’, ‘କୁଛ କୁଛ ହୋତା ହୈ’ ଆଦି ଅନେକ ଫିଲ୍ମରେ ଏହି ଯୋଡ଼ି ଅଭିନୟ କରି ବେଶ ଲୋକପ୍ରିୟ ହୋଇପାରିଥିଲେ । କିନ୍ତୁ କାଜୋଲଙ୍କ ବିବାହ ପରେ ଦୁହେଁ ବହୁତ କମ ଫିଲ୍ମରେ ଦେଖିବାକୁ ମିଳିଛନ୍ତି । ତେବେ କିଛି ବର୍ଷ ପରେ ଏବେ ପୁଣିଥରେ ଏହି ଯୋଡ଼ିକୁ ଦର୍ଶକ ପରଦା ଉପରେ ଦେଖିବାକୁ ପାଇବେ । ଆଉ ସେହି ସିନେମାର ନିର୍ଦ୍ଦେଶନା ଅଜୟ ଦେବଗନ ଦେବେ ବୋଲି ଏବେ ଚର୍ଚ୍ଚା ହେଉଛି । ତେବେ ଏଥିରେ କେତେ ସତ୍ୟତା ରହିଛି ସେ ନେଇ ଶାହରୁଖ କହନ୍ତି, ମୁଁ ମଧ୍ୟ ସେପରି କିଛି ଶୁଣିବାକୁ ପାଇଛି । ହେଲେ ବାସ୍ତବରେ ତାହା କେତେ ସତ ତାହା ମୁଁ ବି ଜାଣିନି ।