ଧଉଳି ପାହାଡ଼ରେ ପ୍ରାଚୀନ କଳିଙ୍ଗର ଗୁପ୍ତଧନ

‘ଧଉଳି ପାହାଡ଼ରେ ପ୍ରାଚୀନ କଳିଙ୍ଗର ଅଜସ୍ର ଧନରତ୍ନ’

ଭୁବନେଶ୍ୱର: କଳିଙ୍ଗ ଯୁଦ୍ଧ ସମ୍ପର୍କରେ ଆମେ ସମସ୍ତେ ଊଣା ଅଧିକେ ଜାଣିଛୁ । ମାତ୍ର ମଗଧ ସମ୍ରାଟ ଅଶୋକଙ୍କ ଲୋଭନୀୟ ଦୃଷ୍ଟିରୁ ବଂଚାଇ କଳିଙ୍ଗ ରାଜା ତାଙ୍କ ରାଜକୋଷରେ ଗଚ୍ଛିତ କୋଟିକୋଟି ଟଙ୍କାର ମୂଲ୍ୟବାନ ଅଳଙ୍କାର ଓ ପଥର ଧଉଳି ପାହାଡ଼ ଗର୍ଭରେ ଲୁଚାଇ ରଖିଥିବା ତଥ୍ୟ ଇତିହାସରେ ବର୍ଣ୍ଣନା କରାଯାଇନି । କଳିଙ୍ଗ ରାଜକନ୍ୟା କାରୁବାକୀ ଓ ମହାମନ୍ତ୍ରୀ ରଣାଦିତ୍ୟଙ୍କ ବ୍ୟତୀତ ଏ ଖବର ପ୍ରାୟ କାହାକୁ ଜଣା ନଥିଲା । ଯୁଦ୍ଧରେ ବିଜୟ ଲାଭ କରିବା ପରେ ଉକ୍ତ ଧନଦୌଲତଙ୍କୁ ରାଜକୋଷକୁ ଫେରାଇ ଅଣାଯିବାର ଯୋଜନା ଥିଲା । ମଗଧ ସେନାକୁ ସାମ୍ନା କରିବା କଷ୍ଟସାଧ୍ୟ ବୋଲି କଳିଙ୍ଗ ରାଜା ଜାଣିଥିଲେ । ତେଣୁ ସେ ମହାମନ୍ତ୍ରୀ ସହ କଥା ହୋଇ କାରୁବାକୀଙ୍କୁ ଉତ୍ତରାଧିକାରୀ ଘୋଷଣା କରିଥିଲେ । ଯଦି କଳିଙ୍ଗ ପରାଜିତ ହୁଏ, ଧଉଳି ପାହାଡ଼ରେ ରଖାଯାଇଥିବା ଧନରେ ପୁଣି କଳିଙ୍ଗ ସେନା ଗଢ଼ି ଅଶୋକଙ୍କ କବଳରୁ କଳିଙ୍ଗକୁ ଉଦ୍ଧାର କରିବାକୁ ପରାମର୍ଶ ଦେଇଥିଲେ ।

ମାତ୍ର ଯୁଦ୍ଧ ସମୟରେ କାରୁବାକୀ ଜାଣି ପାରିଥିଲେ ଯେ ଅଶୋକଙ୍କୁ ଅସ୍ତ୍ର ଜରିଆରେ ପରାସ୍ତ କରିବା ସହଜ ନୁହେଁ । ସୌନ୍ଦର୍ଯ୍ୟକୁ ଅସ୍ତ୍ର ଭାବେ ବ୍ୟବହାର କରି କଳିଙ୍ଗ ଯୁଦ୍ଧର ପ୍ରତିଶୋଧ ନେବାକୁ ପଡ଼ିବ । କାରୁବାକୀ କୂଟନୀତିରେ ପାରଙ୍ଗମ ଥିଲେ, ତେଣୁ ରୂପମାଧୁରୀରେ ଅଶୋକଙ୍କୁ ବଶୀଭୂତ କରି କଳିଙ୍ଗ ଶାସନ ଦାୟିତ୍ୱ ହାତକୁ ନେଇଥିଲେ । ଚତୁରତାର ସହ ଅଶୋକଙ୍କ ପୁଅ କୁନାଳକୁ ଅନ୍ଧ କରିବା ସହ ସାନପୁଅ ମହେନ୍ଦ୍ର ଓ କନ୍ୟା ସଂଘମିତ୍ରାଙ୍କୁ ସିଂହଳ ପଠାଇ ଦେଇଥିଲେ ।
ଆଜି ପର୍ଯ୍ୟନ୍ତ ଧଉଳି ପାହାଡ଼ରେ ଗୁପ୍ତଧନ ସୁରକ୍ଷିତ ରହିଛି । ଉକ୍ତ ଧନ ଉଦ୍ଧାର ପାଇଁ ଧଉଳି ପାହାଡ଼ ଆଖପାଖକୁ ଭଲ ଭାବରେ ଯାଂଚ ରେ ପାଇବାକୁ ସକ୍ଷମ ହୋଇନାହାନ୍ତି । ରାଜ୍ୟ ସରକାର ଚାହିଁଲେ, ଧଉଳି ପାହାଡ଼କୁ ନବରୂପ ଦେବା ଆଳରେ ଖୋଳତାଡ଼ କରିପାରିବେ, ଗୁପ୍ତଧନର ସନ୍ଧାନ ପାଇପାରିବେ ।