ଆହୁରି ୪ ଦିନ ଅସହ୍ୟ ତାତି

ଭୁବନେଶ୍ୱର: ଅସହ୍ୟ ତାତି ସହ ଗରମ ଓ ଗୁଳୁଗୁଳିରୁ ମିଳିବନି ନିସ୍ତାର । ଆଜି ବି ରାଜଧାନୀ ହିଁ ପାଲଟିଛି ସବୁଠୁ ଉତ୍ତପ୍ତ ସହର । ଆଜି ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିବା ନେଇ ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ତେଣୁ ଯଥାସମ୍ଭବ ସତର୍କ ରହିବାକୁ ସାଧରଣ ଜନତାଙ୍କୁ ପରାମର୍ଶ ଦିଆଯାଇଛି । ଏହାରି ଭିତରେ ରାଜଧାନୀ ଭୁବନେଶ୍ୱରରେ ରେକର୍ଡ ଭାଙ୍ଗିଛି ତାପମାତ୍ରା । ଦିନ ସାଢେ ୨ଟା ସୁଦ୍ଧା ରାଜଧାନୀରେ ୪୪ ଦଶମିକ ୬ ତାପମାତ୍ରା ରେକର୍ଡ ହୋଇଛି ।