ମୁମ୍ବାଇ ଇଣ୍ଡିଆନ୍ସକୁ ୬ ୱିକେଟରେ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ

ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ରିଷଭ ପନ୍ତଙ୍କ ନେତୃତ୍ବରେ ବ୍ୟାଟିଂ କରି ଧାର୍ଯ୍ୟ ୨୦ ଓଭରରେ ୪ ୱିକେଟ ୨୫୭ ହରାଇ ରନ୍ କରିଛି। ଫଳରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ବିଜୟ ଲକ୍ଷ୍ୟ ୨୫୮ ରନ୍ ରହିଥିଲା। ମୁମ୍ବାଇ ୯ ୱିକେଟ ହରାଇ କେବଳ ୨୪୭ ରନ କରିବାକୁ ସକ୍ଷମ ହୋଇଛି । ତିଲକ ବର୍ମା ୩୨ ବଲରେ ୬୩ ରନ କରି ଶେଷ ଓଭରର ପ୍ରଥମ ବଲରେ ଆଉଟ ହେବା ସହ ମୁମ୍ବାଇର ସବୁ ଆଶାରେ ପାଣି ପଡ଼ି ଯାଇଥିଲା । ଦିଲ୍ଲୀ ୧୦ ରନରେ ମ୍ୟାଚ୍‌ ଜିତି ପଏଣ୍ଟ ଟେବୁଲର ୫ମ ସ୍ଥାନରେ ପହଞ୍ଚି ଯାଇଛି । ଏହା ୧୦ ମ୍ୟାଚ୍‌ରୁ ଦିଲ୍ଲୀର ୫ ବିଜୟ। ସେହିପରି ମୁମ୍ବାଇ ୯ ମ୍ୟାଚ୍‌ରୁ ୬ଷ୍ଠ ପରାଜୟ ବରଣ କରି ପଏଣ୍ଟ ଟେବୁଲର ୯ମ ସ୍ଥାନରେ ପୂର୍ବଭଳି ରହିଛି । ଏଥିସହ ଦଳର ପ୍ଲେ ଅଫ ଆଶା ମଧ୍ୟ ବିପଦ ମଧ୍ୟକୁ ଠେଲି ହୋଇ ଯାଇଛି।