ବେଲ ପଣାର ଲାଭଦାୟକ ଗୁଣ ଜାଣନ୍ତୁ…..

ଖରା ଦିନରେ ବେଲ ପଣା ସ୍ୱାସ୍ଥ୍ୟ ପାଇଁ ବେଶ୍ ଉପକାରୀ । ଖାଇବା-ପିଇବାରେ ସାମାନ୍ୟ ଅସାବଧାନତା କାରଣରୁ ହଜମଠୁ ନେଇ ଗ୍ୟାସଟିକ, ଝାଡ଼ା-ବାନ୍ତି, ଜ୍ୱଳନ, ଅମ୍ଳତା, ପେଟ ଯନ୍ତ୍ରଣା ଆଦି ସୃଷ୍ଟି ହୁଏ । ପ୍ରକୃତିରୁ ମିଳୁଥିବା ଗୋଟିଏ ଫଳରେ ଏ ସମସ୍ତ ସମସ୍ୟାକୁ ଦୂର କରିବାର ଗୁଣ ରହିଛି, ତାହା ହେଉଛି ବେଲ ।

ପେଟ ପାଇଁ ଔଷଧ ଅପେକ୍ଷା ବେଲ ଅଧିକ ପ୍ରଭାବଶାଳୀ ବୋଲି ବିବେଚନା କରାଯାଏ । ଏଥିରେ ଭିଟାମିନ୍-ଏ, ଭିଟାମିନ୍-ସି, କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍, ଆଇରନ୍, ଫୋଲେଟ୍, ପୋଟାସିୟମ୍ ଏବଂ ଫାଇବର ଥାଏ । ଏହା ପେଟ ଏବଂ ହଜମ ସମ୍ବନ୍ଧୀୟ ସମସ୍ୟାକୁ ଦୂର କରିବାରେ ସହାୟକ ହୋଇଥାଏ ।